ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଅଙ୍ଗନବାଡି କର୍ମୀଙ୍କୁ ବେତନଓ ସମସ୍ତ ସୁବିଧା ଦେବା ଦାବିରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ
ନୟାଗଡ---- ଭାରତୀୟ ବିକାଶ ପରିଷଦ ତରଫରୁ ସବିତା ଦାସ ସ୍ବା - ନିରଞ୍ଜନ ଦାସ ଖଣ୍ଡପଡା ଓ ଅନ୍ୟ ତିନିଜଣ ଅଙ୍ଗନବାଡି କର୍ମୀ ଯେ କି ଭାରତୀୟ ବିକାଶ ପରିଷଦର ସଭ୍ୟା ହାଇ କୋର୍ଟରେ ଏକ ମାମଲା ରୁଜୁ ରାଜ୍ୟସରକାରଙ୍କ ବିରୁଦ୍ଧରେ କରିଛନ୍ତି । ସେଥିରେ ଦର୍ଶାଇଛନ୍ତି ଯେ ଅଙ୍ଗନ ୱାଡି କର୍ମୀ ଯୋଜନା କେନ୍ଦ୍ର ସରକାରଙ୍କ ହୋଇଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶତକଡା ୪୦-୬୦ ଭାଗିଦାରୀରେ ଚାଲିଛି। କିନ୍ତୁ ପ୍ରକୃତ ପକ୍ଷେ ଅଙ୍ଗାୱାଡି କର୍ମୀମାନେ ରାଜ୍ୟସରକାରଙ୍କ ତୃଣମୂଳ ସ୍ତରୀୟ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ପୃଷ୍ଟିକର ଖାଦ୍ୟ ଇତ୍ୟାଦି କାର୍ଯ୍ୟ ମୂଳ କାର୍ଯ୍ୟ ହେଇଥିଲେ ମଧ୍ୟ ରାଜ୍ୟସରକାର ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ୱାରା ରାଜ୍ୟର ସମସ୍ତ ପ୍ରକାର କାର୍ଯ୍ୟ କରିଥାନ୍ତି । ଏପରିକି ଭୋଟର ଲିଷ୍ଟ କାର୍ଯ୍ୟ ସର୍ଭେ, ଜନଗଣନା କାର୍ଯ୍ୟ, ଜାତିଭିତ୍ତିକ ସର୍ଭେ ଯଥା ଓବିସି ସର୍ଭେ ପାଇଁ ମଧ୍ୟ ଘର ଘର ବୁଲି ସର୍ଭେ, ମ୍ୟାଲେରୀୟା, ଡେଙ୍ଗୁ, ଯକ୍ଷ୍ମା ଭଳି ରୋଗର ମଧ୍ୟ ଗଣନା କାର୍ଯ୍ୟ କରିବା ସହିତ ଶିଶୁ ମାନଙ୍କ ପାଠ ପଢା ପ୍ରି ସ୍କୁଲ, ସ୍ୱାସ୍ଥ୍ୟ ଯାଞ୍ଚ, ବିଭିର୍ନ ପ୍ରକାର ଟୀକା କାର୍ଯ୍ୟକ୍ରମ, କରିବା ସତ୍ୱେ ରାଜ୍ୟସରକାର ସେମାନଙ୍କୁ ଦୈନିକ ମଜୁରିଆ ଠାରୁ ମଧ୍ୟ ହୀନ ଚକ୍ଷୁ ରେ ଦେଖୁଛନ୍ତି । କାରଣ ଜଣେ ଦିନ ମଜୁରୀ ଦୈନିକ ଟ ୩୭୩ ଟଙ୍କା ମଜୁରୀ ବାବଦକୁ ପାରିଶ୍ରମିକ ପାଉଥିବା ବେଳେ ମାସିକ ଟ ୧୧,୧୯୦ / ପାଉଥିବା ବେଳେ ଜଣେ କୁଶଳୀ ଶ୍ରମିକ ଦୈନିକ ଟ ୪୩୫/ ପାଉଥିବା ବେଳେ ମାସିକ ଟ ଟ ୧୩୦୫୦/ ପାଉଛନ୍ତି । କିନ୍ତୁ ଅଙ୍ଗନବାଡି କର୍ମୀମାନେ ମାସିକ ଟ ୭୫୦୦/ ଓ ହେଲପେର ମାନେ ମାସିକ ଟ ୪୫୦୦/ ପାଉଛନ୍ତି l ଅଙ୍ଗନ ବାଡ଼ି କର୍ମୀ ମାନଙ୍କ ଶିକ୍ଷାଗତଯୋଗ୍ୟତା ମାଟ୍ରିକ ପାସ ଥିବାବେଳେ ଜଣେ କିରାଣୀ,ପି ଇ ଓ, ଭି ଏଲ ଡବ୍ଲୁଙ୍କ ଯୋଗ୍ୟତା ସମାନ ଥିବା ବେଳେ ସେମାନେ ମାସିକ ପ୍ରାଥମିକ ଦରମା ଟ୪୦୦୦୦/ ରୁ ଅଧିକ ପାଉଛନ୍ତି । ସରକାରୀ କର୍ମଚାରୀ ରୂପେ ନିଯୁକ୍ତ ଅଟନ୍ତି । ସେମାନେ ଅନ୍ୟାନ୍ୟ ସମସ୍ତ ସୁବିଧା ପେନସନ, ସରକାରୀ ଛୁଟି ଇତ୍ୟାଦି ପାଉଛନ୍ତି । କିନ୍ତୁ ଅଙ୍ଗନବାଡି କର୍ମୀ ମାନେ ନା ସରକାରୀ ଛୁଟି ନାଶିକ୍ଷକଙ୍କ ଭଳି ଗ୍ରୀଷ୍ମ ଛୁଟି କିଛି ନପାଇ ମାସିକ ୩୦ ଦିନ ଗୋତି ଶ୍ରମିକ ଭଳି ଖଟୁଛନ୍ତି l ପ୍ରକାଶ ଥାଉକି ଦେଶର ତାମିଲନାଡୁ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍କେଲ ପେ ଦେଉଛନ୍ତି ଯଥା ଟ ୭୫୦୦- ୨୪୦୦୦/ ସହିତ ଅନ୍ୟାନ୍ୟ ସୁବିଧା, ଦିଲ୍ଲୀ ସରକାର ମାସିକ ଟ୧୯୫୦୦- ତେଲେଙ୍ଗାନା,ମଧ୍ୟ ପ୍ରଦେଶ ଓ ହରିୟାଣା ସରକାର ମାସିକ ଟ ୧୩୫୦୦/ ସହିତ ଅନ୍ୟାନ୍ୟ ଆର୍ଥିକ ସୁବିଧା ଦେଉଥିବା ବେଳେ ନବୀନ ସରକାର ମାସିକ କେବଳ ଟ ୭୫୦୦/ ଦେଇ କ୍ରୀତଦାସ ଭଳି ସମସ୍ତ କାର୍ଯ୍ୟ ଜବରଦସ୍ତି କରାଉଛନ୍ତି l ଯାହାକି ବେନିୟମ ଓ ଅସମ୍ଭିଧାନିକ ଅଟେ l ତେଣୁ ମାନ୍ୟବର କୋର୍ଟଙ୍କ ଠାରେ ପ୍ରାଥର୍ନl କରାଯାଇଛି ତାମିଲନାଡୁ, ଦିଲ୍ଲୀ ତେଲେଙ୍ଗାନା, ମଧ୍ୟପ୍ରଦେଶ ସରକାର ଦେଉଥିବା ଦରମାସହିତ ଅନ୍ୟାନ୍ୟ ସମସ୍ତ ଆର୍ଥିକ ସୁବିଧା ସହିତ ଅବସର କାଳୀନ ସୁବିଧା ଯୋଗାଇବାପାଇଁ ପ୍ରାଥର୍ନl କରାଯାଇଛି lଉକ୍ତ ମାମଲାରେ ସଚିବ ଶିଶୁ ଓ ମହିଳା ବିକାଶ ବିଭାଗ କେନ୍ଦ୍ରସରକାର, ପ୍ରମୁଖ ଶାସନ ସଚିବ ଶିଶୁ ଓ ମହିଳା ବିକାଶ ବିଭାଗ, ଜିଲ୍ଲାପାଳ ନୟାଗଡ଼ ଓ ପ୍ରୋଜେକ୍ଟ ଅଧିକାରୀ ଖଣ୍ଡପଡା ବ୍ଲକ ଙ୍କୁ ପକ୍ଷ ଭୁକ୍ତ କରି ମାମଲା ରୂଜୁ କରାଯାଇଛି l ଉକ୍ତ ମାମଲାକୁ ଗୋପାଳ ପ୍ରସାଦ ଜେନା ଆଡ଼ଭୋକେଟ ପରିଚାଳନା କରୁଛନ୍ତି l ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୫/୨/୨୦୨୪---୭,୫୫ Sakhigopal News