Breaking News

ସ୍ଵାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିୟା ବିଲିଟେଶନ ଟ୍ରେନିଂ ଏବଂ ରିସର୍ଚ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ



ଜଟଣୀ - ଛାତ୍ରଛାତ୍ରୀଙ୍କ କର୍ମନିଯୁକ୍ତି ସୁଯୋଗ ବୃଦ୍ଧି କରିବା ପାଇଁ ସ୍ଵାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିୟାବିଲିଟେଶନ ଟ୍ରେନିଂ ଏବଂ ରିସର୍ଚ (SVNIRTAR) ଓ  ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । SVNIRTAR ରେ ବିନିମୟ ହୋଇଥିବା ଏହି ଏମଓୟୁରେ SVNIRTAR ର ନିର୍ଦ୍ଦେଶକ ଡକ୍ଟର ପି ପି ମହାନ୍ତି, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଆଡମିଶନ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ପାରିଡା ଏବଂ ସ୍କୁଲ ଅଫ୍ ପାରାମେଡିକ୍ସ ଏବଂ ଅଲ୍ଲିଏଡ ହେଲ୍ଥ  ସ୍କିଏଂଶେଷ ନିର୍ଦ୍ଦେଶକ ପ୍ରଫେସର ସୁନୀଲ ଝା ଉପସ୍ଥିତ ରହିଥିଲେ।
ଏହି ସହଯୋଗର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍, ପ୍ରୋଜେକ୍ଟ  ଏନଗେଜମେଣ୍ଟ  ଏବଂ ମିଳିତ ଅନୁସନ୍ଧାନର ପ୍ରୟାସ ପାଇଁ ବର୍ଦ୍ଧିତ ସୁଯୋଗକୁ ସୁଗମ କରିବା ।   ବିଶେଷକରି ଫିଜିଓଥେରାପି ଏବଂ BNYS (ସ୍ନାତକୋତ୍ତର ନାଥୁରୋପାଥି ଏବଂ ଯୋଗ ବିଜ୍ଞାନ) ପ୍ରୋଗ୍ରାମରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ  ସମୃଦ୍ଧ ଶିକ୍ଷଣ ଅଭିଜ୍ଞତା, ଇନଡସ୍ଟ୍ରି ଏକ୍ସପୋଜର, ଏବଂ ରିହ୍ୟେବିଲିଟେଶନ ଓ ସହଯୋଗୀ ବିଜ୍ଞାନରେ ଗବେଷଣା ପାଇଁ ସୁଯୋଗ ପାଇବାରେ ସାହାଯ୍ୟ କରିବ | 
ଡକ୍ଟର ମହାନ୍ତି ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ ଏହି ସହଭାଗିତା ମିଳିତ ଅନୁସନ୍ଧାନ ପାଇଁ ନୂତନ ରାସ୍ତା ଖୋଲିବ । ଏହି ଏମଓୟୁ ମାଧ୍ୟମରେ ସେଣ୍ଟୁରିଅନ୍ ୟୁନିଭରସିଟି ଏବଂ SVNIRTAR ଛାତ୍ର ଏବଂ ଅଧ୍ୟାପିକାମାନଙ୍କ ମଧ୍ୟରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଜ୍ଞାନ ବିନିମୟ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବ | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୨/୨୦୨୪----୮,୪୫ Sakhigopal News,4/2/2024

Blog Archive

Popular Posts