Breaking News

ବନ୍ଦନା ଭାଷା ସାହିତ୍ୟ କଳା ଓ ସଂସ୍କୃତି ପରିଷଦର ୯ମ ବାର୍ଷିକ ଉତ୍ସବ ; ସାହିତ୍ୟ ଆସର ଯେତେ ହେବ ସେତେ ଓଡିଆ ଭାଷାର ବିକାଶ, ପ୍ରସାର ହେବ




ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଅଳଗୁମ ରାସ୍ତାରା ଦାମଦର ମଣ୍ଡପ ପରିସରରେ ବନ୍ଦନା ଭାଷା ସାହିତ୍ୟ କଳା ଓ ସଂସ୍କୃତି ପରିଷଦର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦ ଜଣ କବି କବୟତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟପିକା ପିୟମ୍ବଦା ଦାଶ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରବା ସହି ଆମ ଓଡିଆ ଭାଷାକୁ ଆଗେଇ ନେବାକୁ ଏବେ ସମୟ ଆସିଛି ସମସ୍ତେ ମିଳିମିଶି ଭାଷା ପ୍ରତି ସଜାଗ ରହି ସାହିତ୍ୟ ଆସର କରିବାକୁ ସେ ମତ ପ୍ରକାଶ କରିଥିଲେ ।  ବନ୍ଦନା ଭାଷା ସାହିତ୍ୟ କଳା ଓ ସଂସ୍କୃତି ପରିଷଦର ସମ୍ପାଦକ ରବୀନ୍ଦ୍ର ନାଥ ଷଡଙ୍ଗୀ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିବା ସହ ଐହି ମାଟି ହେଉଛି ଗୋପବନ୍ଧୁଙ୍କ ମାଟି । ସେ ଓଡିଆ ଭାଷାକୁ ଆଗେଇ ନେବା ପାଇଁ ଅହରହ ଚେଷ୍ଟା କରିଥିଲେ । ତାଙ୍କରି ପାଇଁ ଆଜି ଓଡିଆ ଭାଷା ବା ଆମେ ଓଡିଆ ବୋଲି ଗର୍ବରେ କହିପାରୁଛେ ବୋଲି କହିଥିଲେ । ଅତିଥି ଭାବେ ପ୍ରଫେସର ବସନ୍ତ କୁମାର ରଥ, ଶିକ୍ଷାବିତ୍ତଶସଧର ପଣ୍ଡା, ବ୍ୟଙ୍ଗକବି ସମ୍ପଦ କୁମାର ରଥ, ଶିକ୍ଷୟତ୍ରୀ ବନ୍ଦନା ମହାପାତ୍ର ପ୍ରମୁଖ ଯୋଗ ଦେଇ ସାହିତ୍ୟ ଆସର ସହିତ ବିଭିନ୍ନ ପୁସ୍ତକ ପ୍ରକାଶନ କରିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବନ୍ଦନା ଓ ରବୀନ୍ଦ୍ର ନାଥ ଷଡଙ୍ଗୀଙ୍କ ଦ୍ୱାରା ରଚିତ ନାଟକ ପୁସ୍ତକପ୍ରଜା ମଣ୍ଡଳର ଜୟ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ  ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ଛଅଜଣ କବି କବୟତ୍ରୀ ମାନଙ୍କୁ ସିଲଡ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ବିଭାଗରେ ସବୋର୍ଚ୍ଚ ନମ୍ବର ରଖିଥିବା ଛାତ୍ର ମିତୁନୁ ଦାଶଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧିତ କରାଯାଇଥିବା ବେଳେ ପ୍ରଫେସର ପିୟମ୍ବଦା ଦାଶଙ୍କ ସ୍ୱାମୀଙ୍କ ସ୍କୃତି ଉଦ୍ଦ୍ୟେଶରେ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା ଅନୁଷ୍ଠିତ ସଭାରେ ପ୍ର. ବୃନ୍ଦାବନ ଚନ୍ଦ୍ର ରଥ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ସୁଜତା ଦେବୀ ଓ ସ୍ୱଗାତିକା ସୁନ୍ଦରାୟ । ଧନ୍ୟବାଦ ଦେଇଥିଲେ କବି ସୁଦର୍ଶନ ପ୍ରଧାନ ।  ମାନସ ରଞ୍ଜନ ପଟ୍ଟନାୟକ, ଦିଗମ୍ବର ରଥ, ପ୍ରଦ୍‌ୁମ୍ନ୍ୟ ପରିଡା, ବାସନ୍ତୀ ସାହୁ, ଶରତ ମହାପାତ୍ର, ପ୍ରମିଳା ପଟ୍ଟନାୟକ, ଅଧିକାରୀ ସ୍ୱାଇଁ, ଲକ୍ଷ୍ମୀଧର ପାଣି, ପ୍ରଭାସ ଚନ୍ଦ୍ର ମଙ୍ଗରାଜ, ସରୋଜିନି ମିଶ୍ର, ରାଜ କିଶୋର ପତି, ଜୟନ୍ତୀ ନନ୍ଦ, ନିରଞ୍ଜନ ବରାଳ ପ୍ରମୁଖ କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ । ଯୋଗ ଦେଇଥିବା ସମସ୍ତ କବି କବୟତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୪---୫,୧୦    Sakhigopal News, 25/2/2024

Popular Posts