>>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • ଗଣିଆରେ ବିଜେଡିର ବିକାଶ ସମାବେଶ, ଯୋଗଦେଲେ ହଜାର ହଜାର ଦଳୀୟ କର୍ମୀ



    ନୟାଗଡ ---- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଶପଲା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ନୟାଗଡ଼ ଜିଲା ବିଜେଡି ସଭାପତି ତଥା ଦଶପଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ଵାବଧାନରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ୨ହଜାରରୁ ଉର୍ଦ୍ଧ ବାଇକ ସାମିଲ ହୋଇଥିବାବେଳେ ୧୦ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା  ଦଳୀୟ କର୍ମୀ ଯୋଗଦାନ କରିଥିଲେ ।ଗଣିଆ ଡାକବଙ୍ଗଳାଠାରୁ ହଜାର ହଜାର କର୍ମୀଙ୍କ ଶୋଭାଯାତ୍ରାବାହାରି ଗଣିଆ ବଜାର ପରିକ୍ରମା କରି ଚଉବଙ୍ଗ ତୋଟାଠାରେ ପଂହଚିଥିଲେ । ସେଠାରେ ଏକ ସଭାର ଆୟୋଜନକରାଯାଇଥିଲା। ସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଦଶପଲାବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ,  ନୂଆଗାଁ ବ୍ଲକ ଅଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଗଣିଆ ଜିଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଦଶପଲା ଜିଲ୍ଲା ପରିଷଦ ଓ ନୂଆଗାଁ ଜିଲା ପରିଷଦଙ୍କ ସମେତ ନିର୍ବାଚନ ମଣ୍ଡଳୀର  ସରପଞ୍ଚ ଓ ସମିତିସଭ୍ୟ, ସଭ୍ୟ ଓ ବରିଷ୍ଠ ସଂଗଠକ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବିଭିନ୍ନ ଜନହିତକରଯୋଜନାରେ ବିକାଶପାଇଁ କୋଟି କୋଟି ଟଙ୍କାମଞ୍ଜୁର ହୋଇ ଥିବା ଓଏହିପରି ବହୁ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।ଦେଖିବାକୁ ଗଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ନୂଆଗାଁ, ଦଶପଲ୍ଲା ଓ ଗଣିଆବ୍ଲକ ଅଞ୍ଚଳର ଲୋକଙ୍କ ପାଇଁ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ  ଉଦ୍ୟମଯୋଗୁ କୋଟି କୋଟି ଟଙ୍କାମଞ୍ଜୁର କରାଯାଇପାରିଛି ବୋଲି ଜଣା ପଡ଼ିଛି। ତେବେ ଆସନ୍ତା ନିର୍ବାଚନରେ ବିଜୁଜନତା ଦଳ ପକ୍ଷରୁ ରମେଶ ଚନ୍ଦ୍ର ବେହେରା ବିଧାୟକ ଓ ସାଂସଦ ଡଃ ଅଚ୍ୟୁତ ସାମନ୍ତପୂର୍ଣ୍ଣବାର  ହେଲେ ଦଶପଲ୍ଲା ଅଞ୍ଚଳରେ ବହୁ ବିକାଶ ହୋଇ ପାରିବ ବୋଲି  ସମାବେଶରେ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତି ରୁ ହିଁ ଜଣା ପଡ଼ିଛି।
    ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୨/୨୦୨୪---୮,୩୫ Sakhigopal News,26/2/2024

    Blog Archive

    Popular Posts