Breaking News

ଡିଏଭି ବିଦ୍ୟାଳୟ ରେ ବିଶ୍ବ ଓଡ଼ିଆ ଭାଷା ଦିବସ ପାଳିତ


ଭଞ୍ଜନଗର---ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କିର୍ତ୍ତୀରାଜିର ସୁରକ୍ଷା ଓ ଓଡ଼ିଆ ଭାଷାକୁ ଅଧିକ ବ୍ୟାପକ କରିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଏହି ପଦକ୍ଷେପକୁ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପାଳନ କରିଛି । ଆଜି ବିଦ୍ୟାଳୟ ପରିସରରେ  ବିଶ୍ବ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ । ଶିକ୍ଷୟିତ୍ରୀ ମୀରା ରାଣୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସରକାର ଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନେ ଓଡ଼ିଆ ଭାଷାରେ 
ବିଭିନ୍ନ କବିତା ଓ ପ୍ରବନ୍ଧ ଭିତ୍ତିକ ନିଜସ୍ଵ ରଚନା କରି ଓଡ଼ିଆ ଭାଷା ର ଜାଗ୍ରତ ପ୍ରହରୀ ସାଜିଥିଲେ। ବିଦ୍ୟାଳୟ ର ଶିକ୍ଷକ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓଡ଼ିଆ ଭାଷା ସାହିତ୍ୟ ର ଇତିହାସ ଓ ଓଡ଼ିଆ ଭାଷା ସାଧକଙ୍କ ମହାନ ଅବଦାନକୁ ସ୍ମୃତି ଚାରଣ କରିଥିଲେ। ଶେଷରେ  ଶିକ୍ଷକ ଶ୍ରୀ ରମାବଲ୍ଲବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ ହୋଇ ନିଜର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୨/୨୦୨୪----୭,୨୫ Sakhigopal News,5/2/2024

Blog Archive

Popular Posts