Breaking News

ଦିବ୍ୟ ଶକ୍ତି ଇଂଲିଶ ମିଡିୟମ୍ ସ୍କୁଲ୍ ର ୨୯ ତମ ବାର୍ଷିକ ଉତ୍ସବ




ଭଞ୍ଜନଗର-  ନିଳାଦ୍ରୀ ବିହାର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦିବ୍ୟ ଶକ୍ତି ଇଂଲିଶ ମିଡିୟମ୍ ସ୍କୁଲ୍ ର ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା ସାମନ୍ତରାୟ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ମୁଖ୍ୟବକ୍ତା ଏବଂ ଉପ ନିବନ୍ଧକ ବିଭାଗ ର ରଞ୍ଜନ ଉଲାକା , ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ସାମନ୍ତରାୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ସାମ୍ପ୍ରତିକ ସମୟରେ ପାଠପଢ଼ା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବା ଆବଶ୍ୟକ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ନିଜ ବକ୍ତବ୍ୟରେ କହିଥିଲେ । ଏହାସହ , ଛାତ୍ର ଛାତ୍ରୀ ମାନେ ଜଣେ ଜଣେ ଭଲ ମଣିଷ ହେବାପାଇଁ ସ୍ବପ୍ନ ଦେଖିବା ସହ ତାକୁ ବାସ୍ତବରେ ପରିଣତ କରିବା ଆବଶ୍ୟକ ବୋଲି ସୂଚନା  ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶତପଥି ଏବଂ ସମ୍ମାନୀତ ଅତିଥି ଶ୍ରୀ ଉଲାକା ନିଜ ପ୍ରତିକ୍ରିୟାରେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର କୃତୀ ପ୍ରତିଯୋଗୀ ଅତିଥି ଙ୍କ ଦ୍ବାରା ମାନପତ୍ର ଏବଂ ପୁରସ୍କୃର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିକ୍ଷୟିତ୍ରୀ ସୁନୀତା , ଜ୍ୟୋତ୍ସ୍ନା , ସସ୍ମିତା , ସ୍ବପ୍ନା , ସୁଭସ୍ମିତା , ପୂଜା , ମଧୁସ୍ମିତା , ସ୍ନେହଲତା , ନମିତା , ଦୀପ୍ତି ଏବଂ ଶିକ୍ଷକ ରାଜେଶ୍ ଓ ସନ୍ତୋଷ ବିଶ୍ଵାଳ ପ୍ରମୁଖ  ପରିଚାଳନା ରେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୪---୧୦,୩୦ Sakhigopal News,17/2/2024

Blog Archive

Popular Posts