Breaking News

ଡିକିନ ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରଫେସର ମୁକ୍ତି କାନ୍ତ ମିଶ୍ରଙ୍କୁ ଡକ୍ଟରେଟ ସମ୍ମାନ



ଜଟଣୀ -ଭାରତରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ସାମାଜିକ ଉଦ୍ୟୋଗରେ ଉଲ୍ଲେଖନୀୟ ଅବଦାନ ତଥା ଗତ ପନ୍ଦର ବର୍ଷ ମଧ୍ୟରେ ଅଷ୍ଟ୍ରେଲିୟା ଅନୁଷ୍ଠାନ ସହ ସହଭାଗୀତା କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ପାଇଁ ଡିକିନ ବିଶ୍ୱବିଦ୍ୟାଳୟ ପ୍ରଫେସର ମୁଖୀ କାନ୍ତ ମିଶ୍ରଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ ମିଳିଛି ।
ଏହି ସମ୍ମାନ, ପ୍ରଫେସର ମିଶ୍ରଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶର ଅଦମ୍ୟ ପ୍ରତିବଦ୍ଧତାର ଏକ ପ୍ରମାଣ ।  ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଗ୍ରାମ ତରଙ୍ଗ ସାମାଜିକ ଉଦ୍ୟୋଗ ଭଳି ଆନୁଷ୍ଠାନର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି |
ଭାରତ ଏବଂ ଅଷ୍ଟ୍ରେଲିଆର ଅନୁଷ୍ଠାନ ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ପ୍ରଫେସର ମିଶ୍ରଙ୍କ ଉତ୍ସର୍ଗୀକୃତତା ଶିକ୍ଷାଗତ ତଥା ସାଂସ୍କୃତିକ ଆଦାନ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି |
ଦକ୍ଷତା ବିକାଶରେ ପ୍ରଫେସର ମିଶ୍ରଙ୍କ ଅଗ୍ରଣୀ ପ୍ରୟାସ, ବିଶେଷକରି ବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସମସ୍ତ କ୍ୟାମ୍ପସ୍ ରେ ଦିଆଯାଉଥିବା ଦକ୍ଷତା ଭିତ୍ତିକ ଶୈକ୍ୟ କୁ  ନୀତି ଆୟୋଗ ଏବଂ ବିଶ୍ୱ ବ୍ୟାଙ୍କ ପରି ସମ୍ମାନଜନକ ସଂଗଠନ ଦ୍ୱାରା ବହୁ ପ୍ରସଂଶା କରାଯାଇଛି | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୨/୨୦୨୪----୧୦,୪୫ Sakhigopal News,14/2/2024

Blog Archive

Popular Posts