ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ଉଦ୍ଯାପିତ
ସାକ୍ଷୀଗୋପାଳ ---
ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ବ୍ୟାପି ଅନୁଷ୍ଠିତ ବାର୍ଷିକ କ୍ରିଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ସାକ୍ଷୀଗୋପାଳ ଷ୍ଟେଟ୍ ବ୍ୟାଙ୍କ୍ର ମୂଖ୍ୟ ପରିଚାଳକ ଶ୍ରୀ ଅଶିଷ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ କ୍ରିଡ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।ଶିକ୍ଷାବିତ୍ ପ୍ରଣବ କୁମାର ମିଶ୍ର ମୂଖ୍ୟ ବକ୍ତା ଭାବେ ଥିବା ବେଳେ କପିଳେଶ୍ବର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ ଓ ବିଦ୍ୟାଳୟ ପରିଚାଳିନା କମିଟିର ସଭାପତି ଚକ୍ରଧର ମହାରଣା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।ଶିକ୍ଷା ଶିକ୍ଷାକ ପ୍ରଶିକ୍ଷଣ ଅନୁଷ୍ଠାନର କ୍ରିଡା ଶିକ୍ଷକ ଯୁଧିଷ୍ଠିର ସାହୁ ସ୍ବତନ୍ତ୍ର ଅତିଥି ରୂପେ ରହିଥିଲେ। ଜୁନିୟର ସିନିୟର ବିଭାଗର ବିଭିନ୍ନ ପ୍ରକାର ଅନୁଷ୍ଠିତ କ୍ରିଡାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ମେଡାଲ ଅତିଥି ମାନେ ପ୍ରଦାନ କରିଥିଲେ। ସିନିୟର ବିଭାଗର ଦଶମ ଶ୍ରେଣୀ ଛାତ୍ର ବଳରାମ ବେହେରା ଚମ୍ପିୟାନ ହୋଇଥିଲା ବେଳେ ଏ.ଆୟୁଶ କୁମାର ସପ୍ତମ ଶ୍ରେଣୀ ଜୁନିୟର ବିଭାଗର ଚମ୍ପିୟାନ ହୋଇଥିଲେ। ବିଦ୍ୟାଳୟର କ୍ରିଡା ଶିକ୍ଷକ ସୁଚିତ୍ର ଖଟେଇ ପୁରସ୍କାର ବିବରଣୀ ଉତ୍ସବକୁ ପରିଚାଳନା କରିଥିଲେ । ଅନୁଷ୍ଠିତ ଉଦଯାପିତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ। ବୈଜୟନ୍ତି ମିଶ୍ର,ସୌଦାମିନୀ ନାୟକ,ତପସ୍ବିନୀ ତ୍ରିପାଠୀ,ଆଦି ଶିକ୍ଷୟିତ୍ରୀ ଓ ବସନ୍ତ ସ୍ବାଇଁ,ମୃତ୍ୟୁଂଜୟ ମହାପାତ୍ର ଚିନ୍ମୟ ଜେନା ଓ ବିଶ୍ବନାଥ ସ୍ବାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ରୀଡ଼ା ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୨/୨୦୨୪-----୮,୨୫ Sakhigopal News,4/2/2024
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ଉଦ୍ଯାପିତ
Reviewed by sakhigopal news
on
05:40
Rating: 5