ବାଇଁଶିବାଡି ଗ୍ରାମରେ ଅଷ୍ଟପ୍ରହରୀ ନାମସଂକୀର୍ତ୍ତନ ଉଦଯାପିତ
ସାକ୍ଷୀଗୋପାଳ-- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଲୋକକଳାଗ୍ରାମ ସାରଙ୍ଗଯୋଡିର ବାଇଁଶିବାଡିରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ବାର୍ଷିକ ଅଷ୍ଟପ୍ରହରୀ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କଅଁଳପଡା, ଡିହସାହି, ଯେନାସାହି,ବାଇଁଶିବାଡି, ମଳୁଖପାଟଣା, ବାସୁଦେବପୁର ଆଦି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ । ନାମସଂକୀର୍ତ୍ତନ କରି ଅଞ୍ଚଳରେ ଏକ ଧାର୍ମିକ ଭାବ ସୃଷ୍ଟି ହୋଇଥିଲା । ଗ୍ରାମ କୋଠ ଆୟୋଜନ କରିଥିବା କାର୍ଯ୍ୟକ୍ରମକୁ ହେମନ୍ତ ପ୍ରଧାନ, ଜିତେନ୍ଦ୍ର ପଲେଇ, ଦୁଃଶାସନ ନାୟକ, କବି ପ୍ରସାଦ ପଲେଇ, ସମୀର କୁମାର ପଲେଇ, ରମେଶ ପଲେଇ, ସୁରେନ୍ଦ୍ର ନାୟକ ,ଧୂଳିଆ ନାୟକ ,ହାଡିବନ୍ଧୁ ନାୟକ ପ୍ରମୁଖ ପରିଚାଳନା କରିଥିବା ସ୍ଥଳେ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୨/୨୦୨୪----୭,୨୫ Sakhigopal News,11/2/2024
ବାଇଁଶିବାଡି ଗ୍ରାମରେ ଅଷ୍ଟପ୍ରହରୀ ନାମସଂକୀର୍ତ୍ତନ ଉଦଯାପିତ
Reviewed by sakhigopal news
on
17:20
Rating: 5