ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ
ଜଟଣୀ : ସ୍ଥାନୀୟ ଟାଉନହଲ (ସ୍ରଷ୍ଠା) ପରିସରରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ କଲ୍ୟାଣ ଯୋଜନାର ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ଵାଳଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା ଶ୍ରୀମୟି ଶ୍ଵେତପଦ୍ମା ମିଶ୍ର, ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ପୌର ଉପାଧ୍ୟକ୍ଷା ଆରତୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ୧୫୧ ଜଣ ହିତାଧିକାରୀଙ୍କୁ ୧ କୋଟି ୧୦ ଲକ୍ଷ ୫୩ ହଜାର ୪୦୦ ଟଙ୍କା ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା l ଏଥି ସହିତ ନୂତନ ଭାବେ ପଞ୍ଜୀକରଣ କରିଥିବା ଶ୍ରମିକ ମାନଙ୍କୁ କାର୍ଡ଼ ବଣ୍ଟନ ଅତିଥି ମାନେ କରିଥିଲେ l ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶ୍ରମ ଅଧିକାରୀ ଅଜୟ ପ୍ରଧାନ, ରଶ୍ମିତା ପାତ୍ରଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ଭାବେ ପ୍ରକାଶ ପରିଡା ଓ ଦେବଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୨/୨୦୨୪----୯,୧୦ Sakhigopal News ,11/2/2024