Breaking News

ଭଞ୍ଜନଗର କୁ ମୁନ୍ଯସିପାଲଟି ଦାବିରେ ବିଜେପିର ପ୍ରେସ୍ ମିଟ୍



ଭଞ୍ଜନଗର - ଭଞ୍ଜନଗର ସହରକୁ ମୁନ୍ଯସିପାଲଟି ଘୋଷଣା ଦାବିରେ ଘୁମସର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମୀଳନୀ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲା ଉପସଭାପତି ଅଯୋଧ୍ୟା ନାଥ ମହାପାତ୍ର ଗତି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଥିଲେ ଯେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ଏକ ପ୍ରମୁଖ ସହର। ଏହାର ଐତିହ୍ୟ, ପରମ୍ପରା, ସାହିତ୍ୟ ଓ ସଂସ୍କୃତି ସାରା ରାଜ୍ୟ କୁ ରୁଦ୍ଧିମନ୍ତ କରୁଛି। ଭଞ୍ଜନଗର ଏନ୍ ଏ ସି ୧୯୫୩ ମସିହାରୁ ଗଠିତ ହୋଇଛି। ଜିଲ୍ଲାର ଏହି ସର୍ବ ପୁରାତନ ଏନ୍ ଏ ସି ଏବେ ମୁନସିପାଲଟି ପାଇଁ ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମି ପୁରଣ କରୁଥିବା ବେଳେ ରାଜ୍ୟ ସରକାର ଭଞ୍ଜନଗର ସହରକୁ ମୁନସିପାଲଟି ଘୋଷଣା ନକରିବା ଅତ୍ୟନ୍ତ ଦୁଃଖଦାୟକ ଓ ପରିତାପର ବିଷୟ। ଏଣୁ ସରକାର ଏହି ନିଷ୍ପତ୍ତି ର ପୁନର୍ବିଚାର କରିବା ସହ ଭଞ୍ଜନଗର ସହରକୁ ଖୁବଶୀଘ୍ର ମୁନସିପାଲଟି ର ମାନ୍ୟତା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି। ତାନହେଲେ ସହରବାସୀଙ୍କ ସହ ମିଶି ବିଜେପି ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।
   ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ଉପସଭାପତି ସନ୍ତୋଷ ତିଆଡି, ଆଡଭୋକେଟ ସମୀର ନାୟକ, ଜିଲ୍ଲା ଓବିସି ସେଲ୍ ସଭାପତି ମାନସ ଜେନା, ସଚିଦାନନ୍ଦ ମହାନ୍ତି ଓ ରବୀନ୍ଦ୍ର କୁମାର ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୨/୨୦୨୪----୮,୩୫ Sakhigopal News,25/2/2024

Blog Archive

Popular Posts