Breaking News

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ଶିବିର


 
ଜଟଣୀ----- ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ଆଲୋଚନା କରାଯାଇ ଥିଲା। ଏହି ବୈଠକରେ ଅତିରିକ୍ତ ଉପ ଜିଲ୍ଲାପାଳ ନୀତିଶ ତ୍ରିପାଠୀ, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରଦୋଷ କୁମାର ମହାରଣା, ଜିଲ୍ଲା ପରିଷଦ ନରହରି ପାତ୍ର, ଜଟଣୀ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଜିଲ୍ଲା ଏବଂ ପଞ୍ଚାୟତ ସ୍ତରୀୟ କର୍ମଚାରୀମାନେ ଉପସ୍ଥିତଥିଲେ। ଜଟଣୀ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକ୍ରମରେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୪୫୦ ଜଣ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇ ୭୦ ହଜାର ୨ଶହ ୧୭ଟି ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବେଳେ ୪୮ଟି ପରିବାର ୧୦୦ ଦିନ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଯୋଜନା କାର୍ଯ୍ୟକ୍ରମ ମଧ୍ୟାମରେ ପଞ୍ଚାୟତରେ ୭୦୭ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ସେଥିରୁ ମୋଟ ୧୩୩ ଟି ପ୍ରକଳ୍ପ ଅଦ୍ୟାବଧି ଶେଷ ହୋଇଥିବା ବେଳେ ଅବଶିଷ୍ଟ ୫୭୪ ଟ କେଜି ଦିଆଯାଉଛି। ବ୍ଲକରେ ୫୨ ଜଣ ରିଟେଲର କାର୍ଯ୍ୟରତ ଅଛନ୍ତି ବୋଲି ସୂଚନା ଦିଆଯାଇଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୨/୨୦୨୪-----୬,୧୦ Sakhigopal News,28/2/2024

Popular Posts