Breaking News

ଜାଲ କାଗଜପତ୍ର ବଳରେ ଅନ୍ୟର ସ୍ଥିତିବାନ ସମ୍ପତ୍ତିକୁ ହଡପ ଅଭିଯୋଗ, କୋର୍ଟରେ ମାମଲା ଥାଇ ନିର୍ଭୟରେ ଘର ପ୍ରତିଷ୍ଠା କଲେ ମାଫିଆ




ଜଟଣୀ - ଦିନକୁ ଦିନ ଜଟଣୀ ସହରରେ ଜମି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି l ସ୍ଥାନୀୟ କୁଜି ନେତା ଓ କିଛି ଜମିଜମା ବିଭାଗୀୟ ଅସାଧୁ ତଳିଆ କର୍ମଚାରୀ ମାନଙ୍କୁ ହାତକରି ନିଜ ବାହୁବଳରେ ନିରୀହ ଜନସାଧାରଣ ମାନଙ୍କୁ ଡରାଇ ଧମକାଇ ଜମି ଜବରଦଖଲ  ହେଉଥିବା ଦେଖିବାକୁ ମିଳୁଛି l କେଉଁଠି ଷ୍ଟାଟସ୍କୋ ଥାଇ କୋର୍ଟର ଆଦେଶକୁ ଅବମାନନା କରି ନିର୍ମାଣ କାର୍ଯ୍ୟ ଚାଲୁଛି ଓ କେଉଁଠି ରାତିଅଧିଆ ଘରନିର୍ମାଣ କରାଯାଇ ନିଜ ଦଖଲକୁ ନିଆଯାଉଛି । କୋଉଠି ଅସହାୟ ବ୍ୟକ୍ତି ବିଶେଷଙ୍କ ଘରକୁ ନାଲି ଆଖି ଦେଖାଯାଇ ମାଡ଼ି ବସୁଥିବା ଦେଖିବାକୁ ମିଳୁଛି l ଏଭଳି ଏକ ସଦ୍ୟତମ ଅଭିଯୋଗ ନଜରକୁ ଆସିଛି। ସୂଚନାଯୋଗ୍ୟ ଯେ ଜଟଣୀ ପୌରପରିଷଦ ଅନ୍ତର୍ଗତ ୨୧ ନଂ ୱାର୍ଡର କୁଦିଆରୀ ବଜାର ଠାରେ ସ୍ବର୍ଗତ ସୁନୀଲ କୁମାର ଘୋଷ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଖାତା ନଂ ୧୦୧୩/୧୩୬, ପ୍ଲଟ ନଂ ୭, ଏରିଆ ୦.୪୫୦ ଡ଼ିସିମିଲ ସ୍ଥିତିବାନ ଜମିରେ ଏକ ପୁରୁଣା କୋଠାଘର ରହିଛି l ତାଙ୍କ ମୁର୍ତ୍ୟୁ ପରେ ତାଙ୍କ ଔରସରୁ ପୁଅ ଏବଂ ବିବାହିତ ଝିଅମାନେ ଦୁରାନ୍ତରେ ରହିଥିବା ବେଳେ ଉକ୍ତ ଘରର ଏକ ଅଂଶରେ ତାଙ୍କର ଏକ ଝିଅର ଝିଅ ରହୁଥିଲେ l ତେବେ ଏହିମଧ୍ୟରେ  ରଥ ନାମକ ଜଣେ ଠକ ପ୍ରକୃତିର ବ୍ୟକ୍ତି କୁଦିଆରୀ ବଜାର ଅଞ୍ଚଳରେ କେତେବେଳେ ନିଜକୁ ଜଣେ ଡାକ୍ତର, କେତେବେଳେ ଜଣେ ସାମ୍ବାଦିକ, କେତେବେଳେ ଆଇନଜୀବୀ ପରିଚୟ ଦେଇ ମିଛସତ କହି ସେହି ଘରେ ରହୁଥିବା ଯୁବତୀଙ୍କ ସହ ଧୀରେ ଧୀରେ ସମ୍ପର୍କ ବଢ଼ାଇ ସେହି  ଝିଅକୁ ପ୍ରଲୋଭିତ କରାଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଏକ ଜାଲିଆତି ଲିଗାଲ ସାର୍ଟିଫିକେଟ ପ୍ରସ୍ତୁତ କରାଇଥିଲେ । ସ୍ଥାନୀୟ ଅଞ୍ଚଳର ସରକାରୀ ଦଳର କୁଜି ନେତାଙ୍କ ସହ ହାତ ମିଳାଇ ଯୋଜନା ପ୍ରସ୍ତୁତ କରି ସେ ସମ୍ପତ୍ତିକୁ ଜଣଙ୍କର ଅଧିକାର ଦର୍ଶାଇ ଏଗ୍ରିମେଣ୍ଟ ବଳରେ ଶାସକ ଦଳର ଜିଲ୍ଲା ଉପସଭାପତି ଥିବା। ନାମକ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଦେଲେ l ଏହାପରେ ଜୈନିକ ବ୍ୟକ୍ତି ଉକ୍ତ ଘର ମଧ୍ୟରେ ଥିବା ମୂଲ୍ୟବାନ ଆସବାବ ପତ୍ରକୁ ଟ୍ରକରେ ଲୋଡ଼ କରି ଲୁଟି ନେଇଗଲେ। ଏବଂ ଉକ୍ତ ପୁରୁଣା ଘରକୁ ଭଙ୍ଗା ରୁଜାକରି ନୂତନ କୋଠା ନିର୍ମାଣ ଆରମ୍ବ କରିଥିଲେ l ଏହି ସବୁ ଘଟଣା ସାହି ପଡିସା ଲୋକମାନେ ଦେଖି ମଧ୍ୟ ଯେହେତୁ ସେମାନେ ନିଜକୁ ବଡ଼ ନେତା ଏବଂ ଗୁଣ୍ଡା ପ୍ରକୃତିର କହି ବୋଲନ୍ତି ତେଣୁ ଭୟରେ ସେମାନେ କିଛି କହୁନଥାନ୍ତି l ପରେ ପଡିଶା ଲୋକେ ପରିବାରର ଅନ୍ୟ ସଦସ୍ୟଙ୍କୁ ଜଣାଇବା ପରେ ଦୁରାନ୍ତରେ ରହୁଥିବା ପୁଅ ଓ ଝିଅ ମାନେ ଆସି ବିରୋଧ କରିବାରୁ ସେଠାରେ ଉପସ୍ଥିତ  ଗୁଣ୍ଡାଙ୍କ ନାଲି ଆଖି ଆଗରେ ମୁଣ୍ଡ ନୁଆଇଁ ଜଟଣୀ ଥାନାର ଦ୍ୱାରସ୍ଥ ହୋଇଥଲେ l କିନ୍ତୁ ସେମାନେ ଯେହେତୁ ସରକାରିଦଳର ପୂର୍ବତନ ବିଧାୟକଙ୍କ ଛତ୍ରଛାୟା ତଳେ ରହିଛନ୍ତି ।  ତେଣୁ ପୋଲିସ ସେମାନଙ୍କୁ ସାହାଯ୍ୟ କଲାନାହିଁ । ସେମାନେ ପୋଲିସ ଠାରୁ ନ୍ୟାୟ ନ ପାଇବାରୁ ମାନ୍ୟବର ସିଭିଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ l ଏ ନେଇ ଅଦାଲତରେ କେସ ନଂ ୧୦୬୮/୨୩ ରେ ଏକ ମାମଲା ରୁଜୁ ହୋଇ କେସ ଚାଲିଥିଲେ ମଧ୍ୟ ମାଫିଆ ଜଣଙ୍କ ଗତ ଫେବୃଆରୀ ୧ ତାରିଖରେ ଘର ପ୍ରତିଷ୍ଠା କରି ସରକାରୀ କୁଜି ନେତା ସହ କିଛି ଜମି ମାଫିଆଙ୍କୁ  ପ୍ରସାଦ ସେବନ କରାଇଥିଲେ l ଏହି ଘଟଣା ବାବଦରେ ପଚାରିଲେ ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିବା ପରିବାର ଲୋକମାନେ ନ୍ୟାୟ ପାଇବାପାଇଁ ଆଶାବାଦୀ ଥିବା କହିଛନ୍ତି l ଏହି କେସର ଶୁଣାଣି ଚଳିତ ମାସ ୮ ତାରିଖରେ ଥିବାର ସୂଚନା ପ୍ରାପ୍ତ ହୋଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୨/୨୦୨୪--୮,୩୫ Sakhigopal News,4/2/2024

Blog Archive

Popular Posts