ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ପରିଚାଳନା ପ୍ରସ୍ତୁତି ବୈଠକ
ଭଞ୍ଜନଗର --- ଆଗକୁ ଆସୁଛି ଗ୍ରୀଷ୍ମ ଋତୁ ଆଉ ସେଥିପାଇଁ ବନ ବିଭାଗ ସତର୍କ ହୋଇଛି। ଏବେ ବିଭିନ୍ନ ରେଞ୍ଜରେ ସଭାସମିତି କରାଯାଇ ବଣରେ ଯେପରି ନିଆଁ ନଲାଗିବ ସେଦିଗରେ ପଦକ୍ଷେପ ନେବାକୁ ଏବେଠାରୁ ପ୍ରୟାସ ଆରମ୍ଭ କରାଯାଇଛି। ଏଣିକି ବଣରେ ଯେଉଁମାନେ ନିଆଁ ଲଗାଉଛନ୍ତି ସେମାନେ ବନ୍ଧା ହୋଇ ଜେଲଯିବେ । ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଯେଉଁମାନେ ନିଆଁ ଲଗାଉଥିଲେ କିମ୍ବା ବଣରେ ନିଆଁ ଲଗାଇବା ଭଳି ବଣରେ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବାକୁ ସବୁ ବନପାଳ ଓ ବନରକ୍ଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ସ୍ତରୀୟ ବନାଗ୍ନି ପ୍ରଶମନ ଓ ପରିଚାଳନା ପ୍ରସ୍ତୁତି ବୈଠକରେ ଉତ୍ତର ଘୁମୁସର ନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଉଲ୍ଲେଖ କରିଛନ୍ତି। ଲାଲସିଂ ନର୍ସରୀ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା,କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ବାଳ,ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୂପମ ବାନାର୍ଜୀ,ସୁରେଶ ସ୍ବାଇଁସହକାରୀ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ, ସୁବ୍ରତ କୁମାର ପାତ୍ର,ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,ଶିବରାମ ନାୟକ ଓ ସମାଜସେବୀ ଶୂଳପାଣି ଶତପଥୀ ଉପସ୍ଥିତ ରହିଥିଲେ। ଭଞ୍ଜନଗର ବନପାଳ ବଂଶୀଧର ବିଷୋୟୀ ,ଭଗବାନ ସାହୁ ସମେତ ସ୍ମାର୍ଡ କର୍ମଚାରୀମାନେ ସହଯୋଗ କରିଥିଲେ । ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁବନାଞ୍ଚଳ ଅଧୀନରେ ଥିବା ସମସ୍ତ ବନ ସୁରକ୍ଷା ସମିତି କର୍ମକର୍ତ୍ତାମାନଙ୍କ ସହ କିଛି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତା ଓ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ ଓ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୪----୧୦,୨୦ Sakhigopal News,17/2/2024