Breaking News

ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ


  ଭଞ୍ଜନଗର --- ଆମ ଓଡିଶା ନବୀନ ଓଡ଼ିଶା ପକ୍ଷରୁ  ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ  ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁଁ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଅଢେଇଗାଁ ଗ୍ରାମ ପଞ୍ଚାୟତ ସେବା କେନ୍ଦ୍ର ସମ୍ମୁଖ ରେ ପଞ୍ଚାୟତ ସ୍ତରୀୟ ସଚେତନତ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର ପାତ୍ର, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ,ସହକାରୀ ଯନ୍ତ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ,ସରପଞ୍ଚ ଶ୍ରୀ ଲଷ୍ମୀକାନ୍ତ ବିଷୋୟୀ,ସମିତି ସଭ୍ୟା ଶ୍ରୀମତୀ ସୁନିତା କୁମାରୀ ଗୌଡ଼, ନାଏବ ସରପଞ୍ଚ ଶ୍ରୀମତୀ ଦିପ୍ତିମୟୀ ଗୌଡ଼, ହାସ୍ୟ ଅଭିନେତା ତଥା ସରକାରୀ ଶିକ୍ଷକ ଶ୍ରୀ ଅଜିତ କୁମାର ପଣ୍ଡା,ଗ୍ରାମପଞ୍ଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ ଶ୍ରୀମତୀ ବନିତା ମଲ୍ଲିକ,ଜି.ଆର.ଏସ୍ ଶ୍ରୀମତୀ ରାଜଲଷ୍ମୀ ଡାକୁଆ,ଜି.ଆର.ଏସ୍ ଶ୍ରୀ ଲୋକନାଥ ପ୍ରଧାନ,ବିଡ଼ିପୁର ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ,ବୁଲୁ ସ୍ୱାଇଁ,ଝାଡ଼ାଭୂମି ସରପଞ୍ଚ ଶ୍ରୀ ବିପ୍ର ଚରଣ ସ୍ୱାଇଁ,ସମିତି ସଭ୍ୟ ଶ୍ରୀ ଅନୁପମ କୁମାର ଭୂୟାଁ,ଗଣ୍ଡାଧର ସରପଞ୍ଚ ଶ୍ରୀ ବିଜୟ ନାୟକ,ରାଉତି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ରାମକୃଷ୍ଣ ସେଠୀ,ସମିତି ସଭ୍ୟ ସୁଧୀର କୁମାର ପ୍ରଧାନ,ଅଳସୁ ସରପଞ୍ଚ ଭ୍ରମର ବର ନାଇକ, ସମିତି ସଭ୍ୟ ମନୋଜ କୁମାର ସେଠୀ, କାଦୁଆ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ନାଇକ,ବୁଲୁ ବିଷୋୟୀ, କୃଷ୍ଣ ଚନ୍ଦ୍ର ଜେନା, କୃଷ୍ଣ ଚନ୍ଦ୍ର ସେଠି,ପୂର୍ଣ ଚନ୍ଦ୍ର ବିଷୋୟୀ, ହରିହର ଖଟେଇ,ଶଙ୍କର ବିଷୋୟୀ, ସନ୍ୟାସୀ ଗୌଡ଼, ପ୍ରତାପ ଚନ୍ଦ୍ର ଗୌଡ଼,ରବି ନାରାୟଣ କର, ସିମାଞ୍ଚଳ ନାୟକ, ଚକ୍ର ଧର ନାୟକ,ପୂର୍ବତନ ସରପଞ୍ଚ ଶ୍ରୀମତୀ ମମତା କୁମାରୀ ବିଷୋୟୀ ଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।ସରପଞ୍ଚ ଶ୍ରୀ ଲଷ୍ମୀକାନ୍ତ ବିଷୋୟୀ ପଂଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଓ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଜଗନ୍ନାଥ ପ୍ରସାଦ ପଂଚାୟତ ସମିତି ର ବିଭିନ୍ନ ଗ୍ରାମପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଜନ ପ୍ରତିନିଧି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଜନସାଧାରଣ କିଭଳି ସୁବିଧା ପାଉଛନ୍ତି ସେ ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୨/୨୦୨୪---୯,୪୫ Sakhigopal News,10/2/2024

Popular Posts