ସ୍ଵେଚ୍ଛାସେବୀ ଅନୁଷ୍ଠାନ "ଅମୃତ୍ କୁଟୁମ୍" ତରଫରୁ ଶ୍ରୀହରି ନାମଯଜ୍ଞ ଓ ରାବଣ ମହୋତ୍ସବ ଅବସରରେ ରକ୍ତଦାନ ଶିବିର
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ଅମୃତ୍ କୁଟୁମ୍" ତରଫରୁ ଶ୍ରୀହରି ନାମଯଜ୍ଞ ଓ ରାବଣ ମହୋତ୍ସବ ଅବସରରେ ୨୦ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାମଲୀଳା ମହୋତ୍ସବ ର ମହାରାଜ ରାବଣ ଜଗଦାନନ୍ଦ ମିଶ୍ର ଯୋଗଦେଇ ଥିଲେ। ପ୍ରଥମେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଫିତାକାଟି ଉଦଘାଟନ କରିଥିଲେ। ଏହାକୁ ସଂଯୋଜନା କରିଥିଲେ, ଅମୃତ କୁଟୁମ୍ ସକ୍ରିୟ ସଦସ୍ୟ ତଥା ଶିକ୍ଷକ ଲଲିତ ସାହୁ। ଏଥିରେ ସଭାପତିତ୍ବ କରିଥିଲେ ଅମୃତ୍ କୁଟୁମ୍ ସଭାପତି ଆନନ୍ଦ ସୁନା ଓ ସମ୍ମାନୀତ ଅତିଥି ରାମପୁର ମହାବିଦ୍ୟାଳୟ ର ଅଧ୍ୟାପକ ଧନେଶ୍ଵର ସାହୁ ଓ ଅମୃତ କୁଟୁମ୍ ର ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ଭବାନୀ ଶଙ୍କର ପାଢ଼ୀ। ଅତିଥି ମାନଙ୍କ ଦ୍ବାରା ପ୍ରଥମେ ମା ସମଲେଶ୍ବରୀ ଙ୍କ ପ୍ରତି ନିକଟରେ ପୁଷ୍ପମାଲ୍ଯ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରାଯାଇ ଥିଲା। ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ଅମୃତ୍ କୁଟୁମ୍ ସଦସ୍ୟ ମାନେ ସମ୍ବର୍ଦ୍ଧିତ କରିଥିଲେ।ମୁଖ୍ୟ ଅତିଥି ଜଗଦାନନ୍ଦ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ର ବିକଳ୍ପ ନାହିଁ ଓ ରକ୍ତଦାନ ମହତ୍ ଦାନ ବୋଲି କହିଥିଲେ। ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଭିନ୍ନ ଅନୁଷ୍ଠାନ ଓ ସମାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସେମାନେ ହେଲେ ଜନ କଲ୍ଯାଣ ସେବା ଟ୍ରଷ୍ଟ ବରଗଡ ର ସଭାପତି ମୁକୁନ୍ଦ ଦାଶ ଓ ସାଥୀ, ଜିଲ୍ଲା ସମାଜସେବୀ ସଂଘ ବରଗଡ଼ ର ଉପଦେଷ୍ଟା ବଳିଷ୍ଠ ଦୁର୍ଗା ଓ ସାଥୀ । ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ ର ପ୍ରତିଷ୍ଠାତା ପବିତ୍ର ଦେହେରି ଓ ସାଥୀ, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ର ସେବା ଫାଉଣ୍ଡେସନ ର ସଭାପତି ବିଭୁଦତ୍ତ ବିଶ୍ଵାଳ ଓ ସାଥୀ, ବିଶିଷ୍ଟ ସ୍ଵେଚ୍ଛାସେବୀ ଭେଡେନ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ବନମାଳୀ ଦାଶ ଓ ସ୍ଵତନ୍ତ୍ର ସ୍ଵେଚ୍ଛାସେବୀ ସୋନପୁର ଜିଲ୍ଲା ବାବୁପାଲି ର ସୂରଜ କୁମାର ବଡପଣ୍ଡାଙ୍କୁ ନିସ୍ୱାର୍ଥପର ସେବା ପାଇଁ ଅମୃତ୍ କୁଟୁମ୍ ତରଫରୁ ପୁଷ୍ପମାଲ୍ୟ, ଅଂଗବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ସଦସ୍ୟ ମାନେ ନିଜର ଅଭିଜ୍ଞତା ର ସୁବିଧା ଅସୁବିଧା ହାସଲ କରିଥିବା ବକ୍ତବ୍ୟ ରଖିଥିଲେ। ଏହି ରକ୍ତଦାନ ଶିବିରରେ ବରଗଡ଼ ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ମାନେ ରକ୍ତ ସଂଗ୍ରହ କରି ଥିଲେ। ଏଥିରେ ୪ ଜଣ ମହିଳା ସମେତ ମୋଟ ୪୧ଜଣ ରକ୍ତଦାନ କରିଥିଲେ। ଏହି ଶିବିର ରେ ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ସମୟରେ ଅମୃତକୁଟୁମ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସହଯୋଗ କରି ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ସଭାପତି ଆନନ୍ଦ ଚନ୍ଦ୍ର ସୁନା ଅନୁରୋଧ କ୍ରମେ ମୁଖ୍ୟଅତିଥି ଜଗଦାନନ୍ଦ ମିଶ୍ର ସଭା ସାଙ୍ଗ ହେଲା ବୋଲି ଘୋଷଣା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୨/୨୦୨୪----୭,୪୫ Sakhigopal News,5/2/2024