ମିଶନ୍ ଶକ୍ତି ଗୃହରେ ଚାଲିଛି ବେଆଇନ୍ ଗାଡ଼ି ସର୍ଭିସିଂ ସେଣ୍ଟର
ଜଟଣୀ -ନାରୀ ଶକ୍ତିର ପ୍ରାଧ୍ୟାନତା ତଥା ମହିଳା ଗୋଷ୍ଠୀ ସଦସ୍ୟ ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ବ୍ଲକ୍ ଓ ମ୍ୟୁନିସିପାଲଟି ମାଧ୍ୟମରେ ଲକ୍ଷାଧିକ ଟଙ୍କା ବିନିମୟରେ ମିଶନ ଶକ୍ତି ଗୃହ ମାନ ନିର୍ମାଣ କରାଯାଇଛି l ତେବେ ଅନେକ୍ ସମୟରେ କୋଉଠି ନିମ୍ନମାନର ଗୃହ ନିର୍ମାଣକୁ ନେଇ ତୁମ୍ବିତୋଫାନ ହେଉଥିବା ବେଳେ କୋଉଠି ଗୋଷ୍ଠୀ କନ୍ଦଳ ପାଇଁ ଏହି ଗୃହ ଗୁଡିକର ସଦୁପଯୋଗ ହେଉନଥିବା ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳେ l ଏହିପରି ଭାବେ ଜଟଣୀ ପୈାର ପରିଷଦର ୨୩ନଂ ଓ୍ବାର୍ଡରେ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହରେ ମାସାଧିକ କାଳ ଧରି ଚାଲିଛି ଗାଡ଼ି ସର୍ଭିସିଂ ସେଣ୍ଟର l ଆଶ୍ଚର୍ଯ୍ୟର ବିଷୟ ଶୁଣିବାକୁ ମିଳେ ମିଶନ ଶକ୍ତି ଗୃହଟି ବହୁଦିନ ହେଲା ପୂର୍ଣ୍ଣାଙ୍ଗ ହୋଇଯାଇଥିବା ବେଳେ ଗୋଟେ ଦିନ ମିଶନ ଶକ୍ତି ଗୋଷ୍ଠୀଙ୍କୁ ସେଠାରେ ଦେଖିବାକୁ ମିଳିନାହିଁ । ଶୁଣିବାକୁ ମିଳୁଛି ଜଣେ ଜନପ୍ରତିନିଧି ଏହି ମିଶନ ଶକ୍ତି ଗୃହରେ ଚୋରାରେ ବିଦ୍ୟୁତ୍ ସଂଯୋଗ ସହ ସରକାରୀ ପାଣି ପାଇପ୍ ସଂଯୋଗ କରି ଉକ୍ତ ସରକାରୀ ଜାଗାରେ ସ୍ଥାପିତ ଗୃହକୁ ନିଜ ଦଖଲରେ ରଖି ନିଜ ପକେଟ ଗରମ୍ କରିବା ସହ ସମସ୍ତ ନିୟମ କାନୁନକୁ ଜଳାଞ୍ଜଳି ଦେଇଛନ୍ତି। କେତେକ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ଏଣେ ମହିଳା ଗୋଷ୍ଠୀ ସଦସ୍ୟମାନେ ନିଜସ୍ୱ ଘର ଅଭାବରୁ ୟା ତା ଘର ଓ ବାରଣ୍ଡାରେ ବସି ବୈଠକ କରୁଥିବା ବେଳେ ବର୍ଷ ବର୍ଷ ଧରି ଏଭଳି ଘଟଣା ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏପରିକି ମହିଳା ଗୋଷ୍ଠୀ ମାନଙ୍କ ଉନ୍ନତି ଆଣିବା ପାଇଁ ପୌର ପରିଷଦରେ ଚାକିରି କରିଥିବା ସିଓ ମାନେ କଣ କରୁଛନ୍ତି ବୋଲି ଅନେକ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଏଥିପ୍ରତି ପୈାର ପ୍ରଶାସନ ଓ ୫ଟି ବିଭାଗ କିପରି ନୀରବତା ଅବଲମ୍ବନ କରୁଛନ୍ତି ତାହା ସାଧରଣରେ ବିସ୍ମୟ ସୃଷ୍ଟି କରିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୨/୨୦୨୪----୭,୧୦ Sakhigopal News,21/2/2024