ଗୋପବନ୍ଧୁ ସଂଗ୍ରହାଳୟର ବାର୍ଷିକ ଉତ୍ସବରେ ଭଜନ ସମାରୋହ
ସାକ୍ଷୀଗୋପାଳ ---- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ସଂଗ୍ରହାଳୟର ବାର୍ଷିକ ଉତ୍ସବ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୁଆଣ୍ଡୋରେ ଶୁକ୍ରବାର ପାଳିତ ହୋଇଯାଇଛି । ଏଥିରେ ପୁରୀ ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ମହାପାତ୍ର ( କାର୍ମିକ ) ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥିଲେ । ସଂଗ୍ରହାଳୟ ପରିସରରେ ଥିବା ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆୟୋଜିତ ସଭାରେ ମୁଖ୍ଯବକ୍ତା ଗୋପବନ୍ଧୁ ସ୍ମୁତି ମେମୋରିଆଲ ଟ୍ରଷ୍ଟ ବୋର୍ଡ ସଦସ୍ଯ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ , ସମ୍ମାନୀତ ଅତିଥି ତହସିଲଦାର ଜୟନ୍ତ କୁମାର ଜୟସିଂହ, ମଣ୍ଡଳୁନ୍ନୟନ ଅଧିକାରୀ ଲିପ୍ସା ରାୟ ପ୍ରମୁଖ ଯୋଗଦାନ କରିଥିଲେ । ଉତ୍କଳମଣି ଙ୍କ ସ୍ମୁତି ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସୁଆଣ୍ଡୋରେ ସଂଗ୍ରହାଳୟ, ବିଶାଳ ପ୍ରତିମୂର୍ତ୍ତି ପୁଷ୍କରିଣୀ ଆଦି ଯେଉଁ ବିକାଶ କରାଯାଇଛି ତାହାର ରକ୍ଷଣାବେକ୍ଷଣ କରାଯିବାକୁ ଦାୟୀତ୍ୱରେ ଥିବା ସଂସ୍ଥା କୁ ପରାମର୍ଶ ମୁଖ୍ଯ ଅତିଥି ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ମୁଖ୍ଯମନ୍ତ୍ରୀ ଙ୍କ ପରାମର୍ଶରେ ୫ଟି ଓ ନୂଆ ଓଡ଼ିଶା ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ଯକ୍ଷ ତତ୍ୱାବଧାନରେ ପ୍ରାୟ ୩୦ କୋଟି ଟଙ୍କା ବ୍ଯୟ କରାଯାଇ ଏହି ଐତିହ୍ୟ ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରିଛି । ଏହି ପ୍ରଜ୍ଞା ଓ ଅସ୍ମିତା ର ପୀଠର ସୁରକ୍ଷା ସମସ୍ତଙ୍କର। ଏଥି ପ୍ରତି ଯତ୍ନବାନଶୀଳ ହେବା ଦରକାର ବୋଲି ମୁଖ୍ଯ ବକ୍ତା ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ରବୀନ୍ଦ୍ର ନାଥ ଦାଶ, ମୁକ୍ତାଲତା ସାହୁ, ପ୍ରଭାକର ନାୟକ, ସନ୍ତୋଷିନୀ କାଣ୍ଡି ଓ ଶିଖର ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ବିଦ୍ଯାଧରପୁର ମଧ୍ଯ ଇଂରାଜୀ ବିଦ୍ଯାଳୟ, ସାରଙ୍ଗ ଯୋଡି ଉନ୍ନିତ ମଧ୍ଯ ଇଂରାଜୀ ବିଦ୍ଯାଳୟ ଓ ସୁଆଣ୍ଡୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ । ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ସଂଯୋଜନା କରିଥିଲ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୨/୨୦୨୪----୯,୧୦ Sakhigopal News,23/2/2024