ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବରଗଡ଼ ---- ବରଗଡ ଜିଲ୍ଲା କପାବାରୀ ବୁଣାକାର ସଂଘ ଥୁଆପାଲି, ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ର କପାବାରୀ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସନ୍ଥକବି ପୁରସ୍କାର ପ୍ରାପ୍ତ ମୂରଲୀଧର ମେହେର ଓ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଭକ୍ତରାମ ମେହେର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରକ୍ତ ସଂଗ୍ରହ ସମୟ ରେ ଅତିଥି ଦ୍ବୟ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲା ର ରକ୍ତଭଣ୍ଡାର ଅଧିକାରୀ ଡାଃ ସାୱାର ଅଗ୍ରୱାଲ, ଦେବାଶିଷ ମିଶ୍ର, ଲାଲୁ ବିଶ୍ଵାଳ, ପ୍ରହଲ୍ଲାଦ ଭୋଇ, ସଞ୍ଜୀବ କୁମାର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ସମୟରେ ୩ଜଣ ମହିଳା, ପ୍ରଥମକରି ରକ୍ତଦାନ କରିଥିବା ବେଳେ ମୋଟ ୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଲାୟନ୍ସ କ୍ଲବ ର ସଭାପତି ଲାୟନ୍ସ ଅମୀୟ କୁମାର ମେହେର, ଲାୟନ୍ସ ଶଙ୍କର ଅଗ୍ରୱାଲ, ଲାୟନ୍ସ ଶିଶିର କୁମାର ଭୋଇ, ଲାୟନ୍ସ ମୀନକେତନ ଭୋଇ, ଲାୟନ୍ସ ଦୀପକ ଅଗ୍ରୱାଲ ଓ ଲିଓ କ୍ଲବ ର ଲୋକଶ ରାହୁଲ, ଅଜିତ ବେହେରା ଗୌରବ ଅଗ୍ରୱାଲ ଓ ଅନ୍ୟାନ୍ୟ ସଦସ୍ଯ ଉପସ୍ଥିତ ରହିଥିଲେ ।କପାବାରୀ ଥୁଆପାଲି ବୁଣାକାର ସଂଘ ର ସମସ୍ତ ସଦସ୍ଯ ,ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ପିଣ୍ଟୁ ମେହେର ସମସ୍ତ ରକ୍ତଦାତା, ସମ୍ମାନିତ ଅତିଥି, ବୁଣାକାର ସଂଘ ର ସମସ୍ତ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୨/୨୦୨୪----୮,୪୫ Sakhigopal News,26/2/2024