ସଡକ ଦୁର୍ଘଟଣାରେ ମୋଟରସାଇକଲ୍ ଆରୋହୀଙ୍କ ମୃତ୍ୟୁ
ଜଟଣୀ : ସ୍ଥାନୀୟ ହରିଭାଇନା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ଅରୁଣ ନାହକ (୪୫) ନାମକ ଜଣେ ମୋଟରସାଇକଲ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି l ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଓ ତାଙ୍କର ପତ୍ନୀ ଓଡ଼ି ୦୨ ଏ ୧୮୬୪ ନମ୍ବର ବିଶିଷ୍ଟ ଏକ ହିରୋ ମୋଟରସାଇକେଲରେ ଲୋକୋ କଲୋନୀ ଅଞ୍ଚଳକୁ ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ଖୋର୍ଦ୍ଧା ପଟରୁ ଆସୁଥିଲେ । ରାସ୍ତା ଭିଡ଼ ଯୋଗୁଁ ଅସାବଧାନତା ବଶତଃ ମୁଖ୍ୟ ରାସ୍ତାର ମଝିରେ ଥିବା ଡିଭାଇଡରରେ ପିଟିହୋଇ ରାସ୍ତାର ଅପର ପାର୍ଶ୍ବ ପଟକୁ ପଡିଯାଇଥିଲେ । ଅନ୍ୟ ଦିଗରୁ ଆସୁଥିବା ଓଆର ୦୪ ଏଚ ୫୨୯୨ ନମ୍ବର ବିଶିଷ୍ଟ ଏକ ବଡ ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା, ତେବେ ତାଙ୍କ ପତ୍ନୀ ରାସ୍ତା ମଝିରେ ପଡିଯିବା ଫଳରେ ଭାଗ୍ୟ ବସତଃ ରକ୍ଷା ପାଇଯାଇଥିଲେ l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୨/୨୦୨୪---୯,୨୦ Sakhigopal News,17/2/2024