ଅରୁଣ ପଟ୍ଟନାୟକଙ୍କ ନିବାସରେବିଜେଡି ପକ୍ଷରୁଗୃହ ଟ୍ୟାଗିଂ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ--- ଖଣ୍ଡପଡ଼ା ସହରର ଅରୁଣ ନିବାସ ପରିସରରେ ବିଜେଡି ପକ୍ଷରୁ ଗୃହ ଟ୍ୟାଗିଂ କାର୍ଯ୍ୟକ୍ରମ ସହ କର୍ମୀ ସମିଳିନୀ ଅନୁଷ୍ଠିତ ହୋଇ ଯାଇଛି।ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଅବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ସହରର ବିଭିନ୍ନ ୱାର୍ଡ଼ ଓ ପଞ୍ଚାୟତ ସ୍ତରରୁ ଦଳର ବହୁ ପୁରୁଖାନେତା ସଂଗଠକ, ଏବଂ କର୍ମୀମାନେ ଯୋଗ ଦେଇଥିଲେ ।ଖଣ୍ଡପଡ଼ାବ୍ଲକ ଅଧିନ ୨୨ଗୋଟି ପଂଚାୟତର ପ୍ରତ୍ୟେକ ବୁଥରେ ବିଜେଡି ସଂଗଠନକୁ ସୁଦୃଢ କରିବା ସହ ପ୍ରତ୍ୟେକ ଭୋଟରଙ୍କୁ ବିଜୁଜନତା ଦଳ ସହ ଯୋଡିବା ନେଇ କାର୍ଯ୍ୟକ୍ରମରେ ଗୁରୁତ୍ବ ଦିଆଯାଇଥିଲା। ଆଗାମୀ ବିଧାନସଭା ନିର୍ବାଚନରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଅନୁଭବ ପଟନାୟକଙ୍କୁ ପୁର୍ନବାର ପାର୍ଥିକରାଇ ବିପୁଳ ସଂଖ୍ୟା ରେ ବିଜୟୀ କରିବା ସହ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଯେଉଁ ଅଧୁରା କାର୍ଯ୍ୟ ରହି ଯାଇଛି ତାହା ପୂରଣ କରିବା ନେଇ ମତ ପ୍ରକାଶ ପାଇଛି।ପୂର୍ବରୁ ଅନୁଭବ ପଟନାୟକ ବିଧାୟକ ଥିବା ସମୟରେ ଖଣ୍ଡପଡ଼ା ଅଞ୍ଚଳରେ ବହୁ ବିକାଶ କରିବା ସହ ଗାଁରେ ରାସ୍ତା ଠାରୁ ଆରମ୍ଭ କରି ଗମନା ଗମନ ପାଇଁ ବହୁ ନଦୀରେ ବିଜୁସେତୁ, ଚାଷୀଙ୍କ ପାଇଁ ଚେକ ଡ୍ୟାମ, ଉଠା ଜଳସେଚନ ପ୍ରକଳ୍ପ ,ଗାଁରେ କୋଠଘର ଠାରୁ ଆରମ୍ଭ କରି ବହୁ କାର୍ଯ୍ୟ କରିଛନ୍ତି । ଆମ ସୁଖ ଦୁଃଖ ରସାଥୀ ଅନୁଭବ, ଆମେ ତାଙ୍କୁ ଆଉଥରେ ବିଧାୟକ ଦେଖିବା ପାଇଁ ଚାହୁଁଛୁ ବୋଲି ଉପସ୍ଥିତ ଲୋକମାନେ ମତ ପ୍ରକାଶ କରିଥିଲେ। ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପଂଚାୟତରୁ ପ୍ରାୟପାଞ୍ଚ ହଜାରରୁ ଉର୍ଦ୍ଧ୍ବ କର୍ମୀ ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସାଂସଦଙ୍କ ପ୍ରତିନିଧି,ତଥା ଖଣ୍ଡପଡ଼ା ବ୍ଲକ ବିଜୁଜନତା ଦଳ ପୂର୍ବତନ ସଭାପତି ଓ କିଆଝର ପଂଚାୟତର ପୂର୍ବତନ ଯୁବ ସରପଞ୍ଚ ଚନ୍ଦ୍ର କାନ୍ତ ବଳିଆରସିଂ,ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ସାହୁ, ସର୍ବେଶ୍ୱର ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥାସିଂହାପଡା ପଂଚାୟତର ପୂର୍ବତନ ସରପଞ୍ଚ ରମାକାନ୍ତ ସେଠି, ବରିଷ୍ଠ ବିଜେଡି ନେତା ଅଖିଳ କୁମାର ମହାରଣା, ଗଡ଼ିଆ ସାହି ପଂଚାୟତ ରପୂର୍ବତନ ସରପଞ୍ଚ, ବିପିନ ସାମଲ, ସାମ୍ବାଦିକ ସଂଘ ସଭାପତିତଥା ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର,ଶିଖର ପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ, ନବକିଶୋର ସାହୁ ଙ୍କ ଭଳି ବହୁ ସଂଖ୍ୟକ ବରିଷ୍ଠ ସଂଗଠକ ଯୋଗ ଦେଇଥିଲେ। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୭/୨/୨୦୨୪----୮,୫୫ Sakhigopal News,17/2/2024
,