ଡିଏଭି ପବ୍ଲିକ୍ ସ୍କୁଲରେ ବିଶ୍ବ ମାତୃଭାଷା ଦିବସ ପାଳିତ
ଭଞ୍ଜନଗର-- ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ ' ବିଶ୍ବ ମାତୃଭାଷା ଦିବସ ' ପାଳନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଶ୍ରୀ ବାସୁଦେବ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମଧ୍ୟ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁଶ୍ରୀ ମୀରାରାଣୀ ପାଣିଗ୍ରାହିଙ୍କ ଦ୍ବାରା ହୋଇଥିଲା ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ଭାଷଣ ଓ ଭାଷାକୁ ଆଧାରିତ ବିଭିନ୍ନ ଭାଷଣ ମାଧ୍ୟମରେ ଆଲୋଚନା କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ବୄନ୍ଦ ବିଭିନ୍ନ ଭାଷା ଆଧାରିତ ନୂତନ ଜ୍ଞାନତଥା ବକ୍ତବ୍ୟ ଅଭିଭାଷଣରେ ରଖିଥିଲେ । ଏହି ଦିବସର ମହତ୍ତ୍ବ ତଥା ପାଳିତ ଅତି ସୁନ୍ଦର ଭାବରେ ପ୍ରଧାନ ଶିକ୍ଷକ ଆଲୋଚନା କରିଥିଲେ । ଶେଷରେ ଶିକ୍ଷକ ଚିତ୍ତରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୨/୨୦୨୪----୮,୨୦ Sakhigopal News,21/2/2024