Breaking News

ଡିଏଭି ବିଦ୍ୟାଳୟରେ ଭଞ୍ଜ ଜୟନ୍ତୀ ପାଳିତ



ଭଞ୍ଜନଗର-  ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲରେ ରୀତିଯୁଗୀୟ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।   ଭଞ୍ଜନଗର ମଧ୍ଯସ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଗରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜନ୍ମଜୟନ୍ତୀ ବିଦ୍ୟାଳୟ ପକ୍ଷରୁ ପାଳିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତ ତଥା ଆନୁକୂଲ୍ୟରେ ଏହି ଉତ୍ସବ ସହିତ ଏକ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥୁରୁପେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଓଡ଼ିଆ ବିଭାଗର ତଥା ଅବସରପ୍ରାପ୍ତ ସାହିତ୍ୟିକ ଶ୍ରୀ କୃରିବାସ ବିଶ୍ବାଳ ଯୋଗଦାନ କରି ପୂର୍ଣ୍ଣାହିତି ପ୍ରଦାନ କରିଥିଲେ । କିଛି ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଆର୍ଯ୍ୟସମାଜର ନୀତିନିୟମକୁ ଆଧାରିତ କରି ହୋମଯଜ୍ଞ କରାଯାଇଥିଲା ।ଶ୍ରୀମତୀ ମମିତା ତ୍ରିପାଠୀ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ।  ଶ୍ରୀ ବିଶ୍ବାଳ କବିଙ୍କ ଜୀବନୀ ସହିତ କବିଙ୍କ ସାହିତ୍ୟ କାବ୍ୟ କବିତା ଓ ଛାନ୍ଦ ଅତ୍ୟନ୍ତ ସୁନ୍ଦର ଭାବରେ ବକ୍ରବ୍ୟରେ ରଖୁଥିଲେ ଏବଂ ଶ୍ରୀ ତ୍ରୀପାଠୀ ମଧ୍ୟ ଏହି ଦିବସ ତଥା କବିଙ୍କ କାବ୍ୟକବିତାବଳୀ ସହିତ ବିଶ୍ବପ୍ରସିଦ୍ଧ ସାହିତ୍ୟଚର୍ଚ୍ଚା ସମ୍ବନ୍ଧରେ ବ୍ୟାଖା ରଖୁଥିଲେ । ଦଶମ ଶ୍ରେଣୀର ଛାତ୍ର ଗଣେଶ ମିଶ୍ର କବିଙ୍କ ଜୀବନୀ ସହିତ କାବ୍ୟ କବିତା ମଧ୍ୟ ବକ୍ତୃତାରେ ମଧ୍ୟ ମତାମତ ରଖୁଥିଲେ।

ଶେଷରେ ଓଡ଼ିଆ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ପର୍ବାଙ୍ଗସୁନ୍ଦର ହୋଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୨/୨୦୨୪----୭,୧୦ Sakhigopal News,15/2/2024

Blog Archive

Popular Posts