Breaking News

ସହରର ମୁଖ୍ୟ ରାସ୍ତା ଅବହେଳିତ , ସ୍ଥାନୀୟ ପ୍ରଶାସନର କୌଣସି ନିଘା ନାହିଁ



ଜଟଣୀ -- ସହରର ମୁଖ୍ୟରାସ୍ତା ବ୍ଲକ ଛକ ଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ଵ ଖୋଳି ମାଟି ଗଦାଇ ଠିକାଦାର ଛୁ l ରାସ୍ତାର ଉଭୟ ପାର୍ଶ୍ୱରେ କେଉଁଠି ତିନି ଫୁଟ, କେଉଁଠି ଫୁଟେ ଏବଂ କେଉଁଠି ଦୁଇ ଫୁଟ ଏଭଳି ମନଇଛା ଖୋଳା ହୋଉଛି l 
ଯାହାଫଳରେ କି ଏକ ସପ୍ତାହ ମଧ୍ୟରେ ରାସ୍ତା ପାଇଁ ଦୁଇ ଦୁଇଟି ନିରହି ଲୋକଙ୍କ ଜୀବନ ହାନି ଘଟିଛି l କିନ୍ତୁ ସ୍ଥନୀୟ ବୁଦ୍ଧିଜୀବୀଙ୍କ ମତରେ  ଏହା କେଉଁ ନିୟମରେ ରାସ୍ତା ସମ୍ପ୍ରସାରଣର କରାଯାଇଛି । କୌଣସି ସଠିକ ମାପ ନ ଥାଇ ରାସ୍ତା କାମ ହେଉଛି । ପୁଣି କାମ ଅଧା କରି ଛାଡି ପଳାଇବା ଏହା କେତେ ଦୂର ଯଥାର୍ଥ l ଠିକାଦାର ଜଣେ କାମ କରୁଛନ୍ତି ଆଉ ଜଣେ ପେଟି ଠିକାଦାର l ଯାହା ପାଖରେ ଲେବର ଲାଇସେନ୍ସ ନାହିଁ କି ଅନ୍ୟ କୌଣସି ଅନୁମତି ପ୍ରମାଣ ପତ୍ର ନାହିଁ। ସେ କିପରି ରାସ୍ତା କାମ କରିବାକୁ ଅନୁମତି ପାଇଲେ l ଏହା ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଠିକାଦାର ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକାରେ କାମ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ରାସ୍ତା ଖୋଳି ରାସ୍ତା ଉପରେ ମାଟି ଗଦାଇବା ଫଳରେ ରାସ୍ତାଟି ସଂକୁଚିତ ହୋଇ ଯିବାଆସିବାରେ ବାଧା ସୃଷ୍ଟି ହେଉଛି।ଫଳରେ ଜାନ ବାହନ ଯିବାରେ ଅସୁବିଧା ହୁଏ l ଏପରିକି ବ୍ଲକ ଛକ ଠାରେ ଅବହେଳିତ ରାସ୍ତାରେ ଦୁଇଚକିଆ ଜାନ ଆରୋହୀ ନିଜର ନିୟନ୍ତ୍ରଣ ହରାଇ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ l ସାଧାରଣ ଜନତାଙ୍କ କହିବା କଥା ସହରର ମୁଖ୍ୟ ରାସ୍ତା ପାଇଁ ସ୍ଥାନୀୟ ପ୍ରଶାସନର ବହୁ ଅବହେଳିତ କାହିଁକି ?। ଜନତାଙ୍କ ଟ୍ୟାକ୍ସ ପଇସାରେ ସହରର ଉନ୍ନତି ହେବା ଯାଗାରେ ସ୍ଥାନୀୟ ପ୍ରଶାସନର ମନମୁଖୀ କାର୍ଯ୍ୟକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି l ଏହି ଅବହେଳିତ ମୁଖ୍ୟ ରାସ୍ତା ପ୍ରତି ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦେଇ ତୁରନ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟକୁ ଶେଷ କରିବାକୁ ସାଧାରଣରେ ଦାବି ହେଉଛି l ନଚେତ ଆଗାମୀ ଦିନରେ ଜନସାଧାରଣ ରାଜା ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୨/୨୦୨୪----୮,୫୫ Sakhigopal News,26/2/2024

Popular Posts