ସ୍ବାଧିନତାର ୭୫ ବର୍ଷ ପରେ ରାସ୍ତା ଓ ବିଜୁଳି ଆଲୁଅ ରୁ ବଞ୍ଚିତ ଗାଁ
ଭଞ୍ଜନଗର---- ସ୍ବାଧିନତାର ୭୫ ବର୍ଷ ପରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର ତାଲଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ କୁ ଆଜି ପର୍ଯ୍ୟନ୍ତ ରାସ୍ତା ଓ ବିଜୁଳି ଆଲୁଅ ସାତସପନ ହୋଇଯାଇଛି। ମୌଳିକ ସେବାରୁ ବଞ୍ଚିତ ଏହି ଆଦିବାସୀ ପରିବାର ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ରାସ୍ତା ଅଭାବରୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ରୁ ବଞ୍ଚିତ ହୋଇ ଜୀବନ ବିତାଉଛନ୍ତି। ଖଟିଆ ରେ ବୁହାହୋଇଯାଆନ୍ତି ଗର୍ଭବତୀ ମହିଳା ଓ ରୋଗୀ। ବର୍ଷା ହେଲେ ଗୋଟିଏ ନଦୀ, ଦୁଇଟି ନାଳ ପାର ହୋଇ ଆସିବା ସମ୍ଭବ ହୁଏ ନାହିଁ । ସେଥିପାଇଁ ଅନେକ ଅଭାବନୀୟ ମୃତ୍ୟୁ ଘଟିଥାଏ। ଏ ମୌଳିକ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଆଜି ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଗାଁ ପ୍ରତିନିଧି ମାନେ ଆସି ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ଯଦି ଆସନ୍ତା ୭ ଦିନ ମଧ୍ୟରେ ପୂରଣ ନହୁଏ ୨୬ ଫେବୃଆରୀ ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖନ୍ଧା ଖୋଳି ରୋଷେଇ ହେବା ସହ ଅହରାତ୍ର ଗଣଧାରଣା ଦାବି ପୂରଣ ପର୍ଯ୍ୟନ୍ତ ଚାଲୁ ରହିବ। ଯେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯୋଗ୍ୟ ଯେ ୨୦୧୬ ମସିହା ଅଗଷ୍ଟ ୧୫ ତାରିଖରେ ବୁରୁଡୁଙ୍ଗି, କାଳିଆଝୋଳା, କିମ୍ବରଖଣି, ବନ୍ୟା ସାହି, ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଆଦି ଗ୍ରାମକୁ ବିଜୁଳି ଆଲୁଅ ଓ ରାସ୍ତା ଦାବିରେ ଆନ୍ଦୋଳନ କରିବା ପରେ ସେହି ସମୟର ଉପଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ରାଉତରାୟ ଗାଁ ମାନଙ୍କୁ ଯାଇ ସ୍ଥିତି ଅନୁଧ୍ୟାନ କରି ୭ ଦିନ ମଧ୍ୟରେ କାମ ଆରମ୍ଭ ହୋଇ ବୁରୁଡୁଙ୍ଗି, କିମ୍ବରଖଣି, କାଳିଆଝୋଳା, ବନ୍ୟା ସାହି କୁ ବିଜୁଳି ଓ ରାସ୍ତା ବ୍ୟବସ୍ଥା ହେଲା । କିନ୍ତୁ ୩ ଅକ୍ଟୋବର ୨୦୧୬ ରୁ ପୂଜା ଛୁଟି ନାମରେ କାମ ବନ୍ଦ କରି ୭ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେଲାପରେ ମଧ୍ୟ ଏହି ଗାଁ ମାନଙ୍କୁ ରାସ୍ତା ଓ ବିଜୁଳି ଆଲୁଅ ଯୋଗାଇବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୪----୧୦,୦୦ Sakhigopal News,17/2/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୪----୧୦,୦୦ Sakhigopal News,17/2/2024