Breaking News

ସରକାରୀ ବିଦ୍ୟାଳୟରେ ଅବ୍ୟବସ୍ଥା ,ପବିତ୍ର ଶ୍ରୀପଞ୍ଚମୀରେ ଦିନ ୧୧ ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକରେ ତାଲା ଝୁଲୁଛି




ଜଟଣୀ :--ପବିତ୍ର ବସନ୍ତ ଶ୍ରୀପଞ୍ଚମୀ ତିଥିରେ "ମା'ସରସ୍ବତୀ ପୂଜାରେ ବାଛରା ଗ୍ରାମର  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିନ ୧୧ ଟା ପର୍ଯ୍ୟନ୍ତ  ମୁଖ୍ୟ ଫାଟକରେ ଝୁଲୁଥିଲା ତାଲା। ବିଦ୍ୟାଳୟକୁ କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ଦେଖିବାକୁ ମିଳିନଥିଲା l ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତ ଦେଖି ଭୋକ ସମ୍ଭାଳି ନ ପାରି ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଘରୋଇ ଶିକ୍ଷାନୁଷ୍ଠାନକୁ ପୁଷ୍ପାଞ୍ଜଳି ଦେବା ପାଇଁ ଯାଇଥିଲେ । ଏହି ଘଟଣାକୁ ନେଇ ଅବିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି  l ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣି ବେହେରା ଙ୍କ ମନମୁଖୀ କାର୍ଯ୍ୟ ଏବେ ପଦାରେ ପଡିଯାଇଛି l ଦିନ ୧୧ ଟା ପରେ ଘର କାମ ସାରି ବିଦ୍ୟାଳୟରେ ପହଁଚିଲେ ବିଦ୍ୟାଳୟର ଦାୟିତ୍ୱ ଗ୍ରହଣ କରିଥିବା ଶିକ୍ଷୟିତ୍ରୀ  ।  ଯେତେବେଳେ ଅବିଭାବକ ପଚାରନ୍ତି ଆଜି କେଉଁ ପୂଜା ପଚାରିଲେ କୁହନ୍ତି ଗଣେଶ ପୂଜା l ବିଦ୍ୟାଳୟର ଶିକ୍ଷୟିତ୍ରୀ ଯେତେବେଳେ ପୂଜା ବିଷୟରେ ଅଜ୍ଞ ସେଥି ଶିଶୁଙ୍କ ଭବିଷ୍ୟତ କଣ ହେବ ତାହା ଆପଣମାନେ ଅନୁମାନ କରିପାରୁଥିବେ l ଏହି ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ନିଜର ଶିକ୍ଷକତା ଯୋଗ୍ୟତା ପ୍ରମାଣ ପତ୍ର ସହ ଅନ୍ୟାନ୍ୟ ସାର୍ଟିଫିକେଟ ଯାଞ୍ଚ ଜରୁରୀ ବୋଲି ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ କରାଯାଇଛି lଗ୍ରାମବାସୀଙ୍କ କହିବା ଅନୁଯାଇ ଯେଉଁ ସମୟରେ ବିଦ୍ୟାଳୟର ବିଭିନ୍ନ ସଂଘଠନର ଉଚ୍ଚ ଶିକ୍ଷିତ ସଦସ୍ୟ ମାନେ ଉପସ୍ଥିତ ଥିଲେ l ସେହି ସମୟରେ ପୂର୍ବତନ ହୀରକ ଜୟନ୍ତୀ ସଂଘଠନର ସମ୍ପାଦକ ହେମନ୍ତ କୁମାର ସୁନ୍ଦରାୟ ଉପସ୍ଥିତିରେ ସରକାରୀ ଅନୁଦାନ ସହାୟତାରେ ବିଦ୍ୟାଳୟର ଉନ୍ନତି କରଣ ଠାରୁ ଆରମ୍ବ କରି ଶିକ୍ଷାପଦ୍ଧତି ଅତି ଉଚ୍ଚକୋଟୀର ଥିଲା  l ବର୍ତ୍ତମାନର ଗ୍ରାମର କେତେକ ଅସାମାଜିକ ବ୍ୟକ୍ତିଙ୍କ ହସ୍ତକ୍ଷେପ ଫଳରେ ଆଜି ସେହି ବିଦ୍ୟାଳୟର ଶିକ୍ଷା ପଦ୍ଧତି ଅତି ନିମ୍ନ ମାନର ପରିଲିକ୍ଷିତ ହେଉଛି l ପିଲାଙ୍କ ତୁଳନାରେ ଶିକ୍ଷକ କମ l ପାଠପଢା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୋବାଇଲ ପ୍ରେମ ଫଳରେ ଶ୍ରେଣୀରେ ପାଠପଢା ସଠିକ ଭାବେ ହେଉନଥିବାରୁ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର ମୟ ହେଉଥିବାରୁ ସରକାରୀ ସ୍କୁଲ ପ୍ରତି ଲୋକଙ୍କ ଆସ୍ଥା ତୁଟିଲାଣି l ତେଣୁ ବର୍ତ୍ତମାନର ସ୍କୁଲ ସଂଘଠନର ଚେୟାରମ୍ୟାନ ଯୋଗେନ୍ଦ୍ର ବରାଳ କୁହନ୍ତି ବର୍ତ୍ତମାନ ସରକାର ଶିକ୍ଷାନୁଷ୍ଠାନ ଚଳାଇବାପାଇଁ ଯେଉଁ ସବୁ ପିଟିଏ, ଏମଟିଏ ଭଳି ବିଭିନ୍ନ ସଂଘଠନ କରିଛନ୍ତି ସେଥିରେ କୌଣସି ଶିକ୍ଷିତ ସଦସ୍ୟ ନ ଥିବା ଯୋଗୁଁ ବିଦ୍ୟାଳୟରେ ଆଜି ଭଳି ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି l ଏଭଳି ପରିସ୍ଥିତିରେ ଗ୍ରାମର ଶିକ୍ଷାନୁଷ୍ଠାନର ଶିକ୍ଷାର ମାନ ବଢ଼ାଇବାପଇଁ ଅବସର ଗ୍ରହଣ କରିଥିବା ପୂର୍ବତନ ସଦସ୍ୟ ହେମନ୍ତ ସୁନ୍ଦରାୟଙ୍କ ଉପସ୍ଥିତି ନିହାତି ଜରୁରୀ ବୋଲି ପ୍ରକାଶ କରିଛନ୍ତି l ଏହି ଘଟଣାକୁ ନେଇ ସିଆରସି ମାନଗୋବିନ୍ଦ ସାହୁ ଙ୍କ ଯୋଗାଯୋଗ କରିବାରେ କୁହନ୍ତି ମୁଁ ବର୍ତ୍ତମାନ ପୂଜାରେ ବ୍ୟସ୍ତତା କାରଣ ଦର୍ଶାଇ ଘଟଣାର ଅଜ୍ଞ ବୋଲି ଦର୍ଶାଇଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୨/୨୦୨୪----୧୦,୪୫ Sakhigopal News,14/2/2024

Blog Archive

Popular Posts