Breaking News

ଓଡିଆ ଭାଷା ପ୍ରସାର ଓ ପ୍ରଚାର ପାଇଁ କବିତା ପାଠ ଉତ୍ସବ

 




ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ପରିସରରେ ଥିବା ମିଶନଶକ୍ତି ମହାସଂଘର ସଭାଗୃହ ପରିସରରେ ଓଡିଆ ଭାଷା ସମ୍ମଳନୀ ଅବସରରେ ଓଡିଆ ଭାଷାର ପ୍ରସାର ଓ ପ୍ରଚାର କରିବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ପ୍ରୟାସ ନେଇଛନ୍ତି । ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ପ୍ରାୟ ୫୦ ଜଣ ମା ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଧରିତ୍ରୀ ୍‌ତ୍ରିପାଠୀ  ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେସୁମିତ୍ରା ପ୍ରଧାନ ଦ୍ୱତୀୟ ଓ ତୃତିୟ ସ୍ଥାନ ଅଧିକାର କରିଥିଲେଣଚଭସ୍ମିତା ସେଠି ।  ସଫଳତା ହାସଲ କରିଥିବା ମା ମାନଙ୍କୁ ଯୋଗ ଦେଇଥିବା ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗ ଦେଇ ରାଜ୍ୟ ସରକାର ପ୍ରଥମ କରି ଓଡିଆ ଭାଷା ସମ୍ମଳନୀ କରି ଆମ ଜାତି ବା ଆମ ଓଡିଆ ମାନଙ୍କୁ  ସ୍ୱତନ୍ତ୍ର ମାନ୍ୟତା ଦେଇଛନ୍ତି । ତାଙ୍କର ସେହି ଚିନ୍ତାଧାରାକୁ ଆମେ ସଫଳ କରିବା ପାଇଁ ବ୍ଳକ ସ୍ତରରେ ଓଡିଆ ଭାଷାର ପ୍ରସାର ପ୍ରଚାର କରିବାପାଇଁ ଚେଷ୍ଟା ଜାରି ରଖିବାକୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବିଡିଓ ଲିପିସା ରାୟ ଓ ମିଶନଶକ୍ତି ମହାସଂଘର ସଭାନେତ୍ରୀ କନକଲତା ପଣ୍ଡା ଉପସ୍ଥିତ ଥିବା ମହିଳା ମାନଙ୍କୁ କହିଥିଲେ । ବ୍ଳକ ମିଶନଶକ୍ତିର ପ୍ରୋଗାମ ଅଧିକାରିଣି ସ୍ୱାସ୍ୱତୀ ଦାଶ ଓ ବ୍ଳକ ପିଓ ସୌଭାଗ୍ୟ ରଞ୍ଜନ କର ପରିଚାଳନା କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୪----୮,୧୫   Sakhigopal News, 3/2/2024

Blog Archive

Popular Posts