Breaking News

ବୈଦେଶ୍ବର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର


  କଟକ---- କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବୈଦେଶ୍ବର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ୪୦ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ମୋଟ ୮୬ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ଚଷମା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ସୁଜାତା ମହାପାତ୍ର, ଚକ୍ଷୁ ବିଭାଗର ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା, ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ କବିରାଜ ସେଠୀ, ସ୍ବାସ୍ଥ୍ୟ କର୍ମୀ ରଶ୍ମି ରଞ୍ଜନ ଚୌଧୁରୀ,ଏ.ଏନ.ଏମ ଚନ୍ଦ୍ରୀକା ନାୟକ ,ସି. ଏଚ.ଓ ଲକ୍ଷ୍ମିପ୍ରୀୟା ବଳ ଓ ଆଶାକର୍ମୀଙ୍କ ସହିତ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୩/୨/୨୦୨୪----୧୦,୨୦ Sakhigopal News,23/2/2024

Blog Archive

Popular Posts