Breaking News

ବାଙ୍କୀ ରେ ସରକାରଙ୍କ ଅର୍ଥ ହରିଲୁଟ

କଟକ----ଓଡିଶା ପୁରୁଣା ରାଜଧାନୀ ଥିଲା କଟକ । କଟକ ଜିଲ୍ଲାର ଏକ ପୁରାତନ ସଦର ମହକୁମା ହେଉଛି ବାଙ୍କୀ । ବାଙ୍କୀକୁ ଓଡିଶା ସରକାରଙ୍କ ପକ୍ଷରୁ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ମିଳିଛି । ଏହି ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ସଚେତନ ନାଗରିକ ବୋଲି କୁହଯାଉଛି । ଜିଲ୍ଲାର ସଦରମହକୁମା ହୋଇଥିବାରୁ ଏହି ଅଞ୍ଚଳରେ ଆଇନଜୀବୀ, ରାଜନୈତିକ ବ୍ୟକ୍ତି, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି,ବିଭିନ୍ନ କାର୍ଯ୍ଯାଳୟର କର୍ମଚାରୀ ଇତ୍ୟାଦି ବସବାସ କରୁଛନ୍ତି । ବାଙ୍କୀର ହୃଦୟ ହେଉଛି କଚେରୀ ଅଞ୍ଚଳ । ଆମେ  ଦେଖାଇବାକୁ ଯାଉଛୁ କଚେରୀ ଅଞ୍ଚଳ ତଥା ବାଙ୍କୀର ହୃଦୟରୁ ବିକାଶର କଥା । ବାଙ୍କୀର ମୁଖ୍ୟ ରାସ୍ତାରୁ କଚେରୀ ଆଡକୁ ଗଲାବେଳେ ନ୍ଯାୟାଳୟକୁ ଲାଗି ଥିବା ପୋଖରୀର ପଶ୍ଚିମ ପାର୍ଶ୍ବର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କଥା । ରାସ୍ତା ଓ ପୋଖରୀ ମଧ୍ୟରେ ଥିବା ୪/୫ ଫୁଟ ଓସାର ଓ ୧୦୦ ଫୁଟ ପାଖାପାଖି ଲମ୍ବର ସ୍ଥାନକୁ କରାଯାଇଛି ଫେଭର ବ୍ଲକ ଦ୍ବାରା ଆଛାଦିତ କରାଯାଇଛି । ଫଳକରେ ଲେଖାଯାଇଛି ଅଟକଳର ମୂଲ୍ୟ ଟ.୩,୫୦,୦୦୦/- ଙ୍କା .  କାର୍ଯ୍ୟକାରୀ ସଂସ୍ଥାର ନାମ ପ୍ରଗତି ମିଶନ ଶକ୍ତି ଗୋଷ୍ଠୀ ଓ ପ୍ରକଳ୍ପର ପରିଚାଳନା ଯନ୍ତ୍ରୀଙ୍କ ନାମ ଦୀପକ କୁମାର ସାମଲ ବୋଲି ଏଥିରେ ଦର୍ଶାଯାଇଛି । ଏହି ଅନୁଦାନରେ ୪/୫ ଟି ସିମେଣ୍ଟ ଚୌକି, କେଇ ଖଣ୍ଡ ଫେଭର ବ୍ଲକ ପକାଯାଇ କରାଯାଇଛି ସମ୍ପୂର୍ଣ୍ଣ ଅନୁଦାନର ବିଲ । ଗୋଟିଏ ସିମେଣ୍ଟ ଚୌକିର ସ୍ଥାନୀୟ ଆନୁମାନିକ ମୂଲ୍ୟ ଟ.୨୦୦୦/- ରୁ ଟ.୨୫୦୦/-  ଓ ଖଣ୍ଡିଏ ଫେଭର ବ୍ଲକର ସ୍ଥାନୀୟ ଆନୁମାନିକ ମୂଲ୍ୟ ଟ.୧୨/- ରୁ ଟ.୧୭/- । ଆପଣମାନେ ଅନୁମାନ କରନ୍ତୁ କେତେ ଟଙ୍କାର କାମ ହୋଇଛି । ଆଉ କେତେ ଟଙ୍କା ବିଲ ହୋଇଛି । ଏହା ପୁଣି ଏକ ସମ୍ବେଦନଶୀଳ ଅଞ୍ଚଳ । ନା ଭୟ ଅଛି ପ୍ରଶାସନକୁ ନା ଭୟ ଅଛି ସଚେତନଶୀଳ ନାଗରିକଙ୍କୁ । ଗୋଷ୍ଠୀ ହେଉ ବା ଯନ୍ତ୍ରୀ କାହା ବାହୁଛାୟାର ଆଶ୍ରୟ ନେଇଛନ୍ତି । ଆଉ ସାହସ କରିଛନ୍ତି ପାଞ୍ଚ ଆଙ୍ଗୁଳି ପାଟିରେ ପୁରାଇବାକୁ । ଏଠି ପ୍ରଶ୍ନ ଉଠୁଛି ବାଙ୍କୀର ହୃଦୟ କୁହାଯାଉଥିବା ଏହି ସମ୍ବେଦନଶୀଳ ଅଞ୍ଚଳରେ ସଚେତନଶୀଳ ନାଗରିକଙ୍କ ଆଖି ବନ୍ଦ କରାଯାଇ ହରିଲୁଟ କରାଯାଇଛି ।  ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ବାଙ୍କୀର ଜନସାଧାରଣ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୪/୨/୨୦୨୪-----୭,୩୫ Sakhigopal News,24/2/2024

Blog Archive

Popular Posts