ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରାକ ପ୍ରସ୍ତୁତି ବୈଠକ, କଳା କାଉ ରାବିବ, ପୁଣି ପଳାଇବ ସେଥିପ୍ରତି କେହି ନଜର ନ ଦେବାକୁ ବିଧାୟକ ଶ୍ରୀ ସାମନ୍ତରାୟ କହିଲେ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଛକ ନିକଟସ୍ଥ ସ୍ୱର୍ଣ୍ଣ ମଣ୍ଡପ ପରିସରରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସତ୍ୟବାଦୀ ଓ କଣାସ ବ୍ଳକର ବିଜେଡିର ମହିଳା ଓ ପୁରୁଷ କର୍ମୀ ମାନଙ୍କୁ ନେଇ ଏକ ନିର୍ବାଚନ ସଂକ୍ରନ୍ତୀୟ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସତ୍ୟବାଦୀ ବ୍ଳକର ବିଜେଡିର ସଭାପତି ପ୍ରମୋଦ ରାଉତରାୟ ସଭାପତିତ୍ୱ କରିଥିଲେ । ପ୍ରଥମେ ପ୍ରଭୁ ଜଗନ୍ନାଥ ଓ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଅତିଥି ମାନେ ବୈଠକକୁ ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ୀ ଓ ୫ଟି ସଚ୍ଚିବଙ୍କୁ ବଦନାମ କରିବା ପାଇଁ କେତେକ ହୀନ ଚକ୍ରାନ୍ତକାରୀ ମାନେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରକାଶ କରୁଛନ୍ତି । ଯାହାକି କଳା କାଉ କିଛି ସମୟ ପାଇଁ ଚାଳ ଉପରେ ବସିକି ରାବିବ ପରେ ସେ ପୁଣି ପଳାଇବ । ସେଥିପାଇଁ କୌଣସି କର୍ମୀ ମାନେ ଆଶଙ୍କା କରିବା ଦରକାର ନାହିଁ ବୋଲି ଶ୍ରୀ ସମାନ୍ତରାୟ କହିଛନ୍ତି । ଆପଣ ମାନେ ମୋ ସହିତ ଅଛନ୍ତି ମୁଁ ଆପଣ ମାନଙ୍କ ସହିତ ରହିଛି ଏବଂ ଶେଷ ରକ୍ତ ଥିବା ପର୍ଯ୍ୟନ୍ତ ଆପଣ ମାନଙ୍କ ସହିତ ରହିବି ବୋଲି ଷ୍ରୀ ସମାନ୍ତରାୟ କହିଥିଲେ । ଏହି କଳା କାଉ ପତି ସମସ୍ତେ ସଜା ରହିବା ଦରକାର । ଏପରିକି ଉପସ୍ଥିତ ଥିବା କର୍ମୀ ବା ଆଗ ଧାଡିର ବିଜେଡିର କର୍ମୀ ମାନେ ଶ୍ରୀ ସମାନ୍ତରାଙ୍କୁ ୨୦୨୪ ରେ ହେବାକୁ ଯାଉଥିବା ନିର୍ବାଚନରେ ୩୦ ହଜାରରୁ ଅଧିକ ଭୋଟରେ ବିଜୟୀ କରିବା ପାଇଁ ଆଗିର ବୈଠକରେ ଶପଥ ନେଇଥିଲେ । ଘରର ପୁଅ ଘର କଥା ଚିନ୍ତା କରିବ ମାତ୍ର ଜଣେ ବିଦେଶୀ ପୁଅ ବା ଅନ୍ୟ ଅଞ୍ଚଳର ପୁଅ ସେ କ’ଣ ଆମ କଥା ଚିନ୍ତା କରିବ ନାହିଁ । ତେଣୁ ସେପରିପୁଅକୁ ଆମେ ଗ୍ରହଣ କରି ପାରିବା ନାହିଁ ବୋଲି ବୈଠକରେ ନିସ୍ପତି ନିଆଯାଇଛି । ନିର୍ବାଚନକୁ ଆଖି ଆଗରେ ରଖି ସତ୍ୟବାଦୀ ଓ କଣାସ ବ୍ଳକରେ ବୁଥ ପରିଚାଳନା କମିଟି, ଭୋଟର ତାଳିକା, ହାଉସିଂ ଟ୍ରାକିଙ୍ଗି କାର୍ଯ୍ୟ ବିଧାୟକଙ୍କ ନେତ୍ୱତୃରେ ଯୋରସୋର ଚାଲିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବଙ୍କ କଥାକୁ ଅନୁସରଣ କରି ବିଜେଡି ଆଗାମୀ ନିର୍ବାଚନରେ ପ୍ରତି ଘରେକୁ ଯିବ ବୋଲି ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ଶ୍ରୀ ରାଉତରାୟ ଉପସ୍ଥିତ ଥିବା ବିଜେଡିର କର୍ମୀ ମାନଙ୍କୁ କହିଥିଲେ ନିଜ ନିଜ ପଞ୍ଚାୟତରେ ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କେ ଏକ ତାଲିକା ପ୍ରସ୍ତୁତି କରି ନିଜ ନିଜ ପଞ୍ଚାୟତରେ ଘରକୁ ଘର ବୁଲି ପ୍ରଚାର ପତ୍ର ବାଣ୍ଟିବା ପାଇଁ ଶ୍ରୀ ରାଉତରାୟ ନିବଦେନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହିଳାନେତ୍ରୀ କନକଲତା ପଣ୍ଡା, ଲକ୍ଷ୍ମୀପିୟା ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ, ସତ୍ୟବାଦୀ ବ୍ଳକ ଯୁବ ସଭାପତି ଶରତ ରାଉତରାୟ, ଛାତ୍ର ସଭାପତିଦୀନେଶ ୍ର, ମୂଳଅଳସା ସରପଞ୍ଚ ଦେବୀ ପ୍ରସାଦ ଘଟୁଆରୀ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ବିକ୍ରମ ଜେନା, ପେଣ୍ଠପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ସତ୍ୟବାଦୀ ବ୍ଳକ ଆତ୍ମାର ସଭାପତି ମହମ୍ମଦ ଝିକିରିଆ, ପୂର୍ବତନ ଆତ୍ମାର ସଭାପତି ବେବି ଲାଲ, ଜୟପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ଅନୀଲ ସାହୁ, କଣାସ ବ୍ଳକ ସଭାପତି ମଳରାମ ପଲେଇଙ୍କ ଶହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟାଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ କର୍ମୀ ମାନେ ଉକ୍ତ ବୈଠକରେ ଯୋଗ ଦେଇ ବିଧାୟକ ଶ୍ରୀ ସମାନ୍ତରାଙ୍କୁ ଦୃଢ଼ ସମର୍ଥନ କରିବା ସହ ନବୀନ ପଟ୍ଟନାୟକ ଜିନ୍ଦାବଦ, ବିଜେଡି ଜିନ୍ଦାବାଦ, ୫ଟି ସଚିବ ଜିନ୍ଦାବାଦା ନାରା ଦେଇଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୨/୨୦୨୪---୭,୧୦