Breaking News

ଅମରଦାସ ବାବା ମଠ ପରିସରରେ ଅଗ୍ନି ଉତ୍ସବ ପାଳିତ


ବରଗଡ଼ ----  ବରଗଡ ଜିଲ୍ଲା ଭୋଇପାଲି ଅମରଦାସ ବାବା ମଠ ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅଗ୍ନି ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବ ମାଘମାସ ଚତୁର୍ଦ୍ଦଶୀ ଆରମ୍ଭ ହୋଇ ପୁର୍ଣିମା ଦିନ ପୁର୍ଣ୍ଣାହୁତି ହୋଇଥାଏ।କେଉଁ ଆବାହମାନ କାଳରୁ ଏହି ଅଗ୍ନି ଉତ୍ସବ ପାଳନ ହେଇଆସୁଛି। ଏଥିରେ ଅମରଦାସ ବାବାଙ୍କୁ ପୂଜାର୍ଚ୍ଚନା କଲେ ମାନସିକ ପୂଣ୍ଣ ହୋଇ ଥାଏ ବୋଲି ଜନମାନସରେ ବିଶ୍ଵାସ ରହିଛି। ଏଥିରେ ଭୋଇପାଲି ଗ୍ରାମର ଭୋଇ ବଂଶର ପୂଜକମାନେ ପୂଜା କରିଥାନ୍ତି । ସେମାନେ ହେଲେ ଗୋପାଳ ଭୋଇ, ସୁଦାମ ଭୋଇ, ନୀଳାଚଳ ଭୋଇ, ଚିତ୍ତ ରଞ୍ଜନ ଭୋଇ, ମନୋରଂଜନ ଭୋଇ, କିଶୋର ଭୋଇ, ସୁଧିର ଭୋଇ, ଶିଶିର ଭୋଇ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ ।ଏହି ଦିନ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଭକ୍ତମାନେ ଅମରଦାସ ବାବାଙ୍କ  ନିକଟରେ ପୂଜା କରିଥାନ୍ତି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଲକ୍ଷ୍ୟ ପୂରଣ ତଥା ମନୋସ୍କାମନା ପୂର୍ଣ୍ଣ ପାଇଁ ବାବାଙ୍କ ନିକଟରେ ପୂଜା କରିଥାନ୍ତି। ଚତୁର୍ଦ୍ଦଶୀ ଦିନରେ ମହିଳା ସଂକ୍ରିତନ ଅନୁଷ୍ଠିତ ହୋଇଥିଲା ଓ ଦ୍ଵିତୀୟ ଦିନ ଅର୍ଥାତ ପୂର୍ଣ୍ଣମୀ ଦିନ କୀର୍ତ୍ତନ ଧାରା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ରାତିରେ ଛୋଟଛୋଟ ବାଳକ ,ବାଳିକା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସମୟରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଅଗ୍ନି ଉତ୍ସବ ଯୋଗଦାନ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୨/୨୦୨୪-----୮,୪୫ Sakhigopal News,25/2/2024

Blog Archive

Popular Posts