Breaking News

କ୍ଷତାକ୍ତ ଧଳା ପେଚା ଛୁଆ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର



ଭଞ୍ଜନଗର - ସ୍ଥାନୀୟ ବାଇପାସ୍ ରାସ୍ତା ର ବାଞ୍ଛେଶ୍ବର ମନ୍ଦିର ନିକଟରୁ  ଏକ ଧଳା ପେଚା ଛୁଆ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଭଞ୍ଜନଗର ର ଯୁବ ଓକିଲ ଗିରିଜା ଶଙ୍କର ଭୂୟାଁ ବାଞ୍ଛେଶ୍ବର ମନ୍ଦିର କୁ ଯାଇଥିବା ବେଳେ ସେଠାରେ ହଠାତ୍ ଏକ ଧଳା ପେଚା ଛୁଆ କ୍ଷତାକ୍ତ ଅବସ୍ଥାରେ ପଡିରହିଥିବା ତାଙ୍କ ଦୃଷ୍ଟି କୁ ଆସିଥିଲା। ପରେ ସେ ଘଟଣାସ୍ଥଳରୁ ସଂପୃକ୍ତ ପେଚା ଛୁଆ କୁ ଉଦ୍ଧାର କରିଥିଲେ। ପ୍ରଥମେ ଏହା ଗରୁଡ ପକ୍ଷୀ ଶାବକ ବୋଲି ସମସ୍ତେ ଧରି ନେଇଥିଲେ। ପରେ କେନ୍ଦ୍ରୀୟ ବନାଞ୍ଚଳ କର୍ମଚାରୀ ମାନେ ଘଟଣାସ୍ଥଳକୁ ଆସିବା ପରେ ଏହା ଦୁର୍ଲ୍ଲଭ ଧଳା ପେଚା ଛୁଆ ବୋଲି ଜଣାପଡିଥିଲା। ବନ କର୍ମଚାରୀ ମାନେ ଗିରିଜା ଶଙ୍କର ଙ୍କ ଠାରୁ ଧଳା ପେଚା ଛୁଆ କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ତାକୁ ତୁରନ୍ତ ସ୍ଥାନୀୟ ପଶୁ ଡାକ୍ତରଖାନା କୁ ନେଇଥିଲେ ମଧ୍ୟ ଏବେ ପଶୁ ଡାକ୍ତରମାନେ ଧର୍ମଘଟରେ ଥିବାରୁ ପେଚା ଛୁଆ ର ଚିକିତ୍ସା ସେଠାରେ ଉପଲବ୍ଧ ହୋଇ ପାରିନଥିଲା। ଫଳରେ ବନ କର୍ମଚାରୀ ମାନେ ଘରୋଇ ଭାବେ ଏହାର ଚିକିତ୍ସା କରି ଏହାକୁ କେନ୍ଦ୍ରୀୟ ବନାଞ୍ଚଳ ର ନର୍ସରୀ ରେ ରଖାଯାଇଥିବା ଜଣାପଡିଛି।  ସେ ସୁସ୍ଥ ଥିବା ଜଣାପଡିଲେ ତାକୁ ନିକଟସ୍ଥ ସୋରାଦେବୀ ଜଙ୍ଗଲରେ ଛଡାଯିବା ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୨/୨୦୨୪---୯,୪୦ Sakhigopal News,9/2/2024

Blog Archive

Popular Posts