ପେଣ୍ଠପଡା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପକ୍ଷରୁ ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ୫ଟି ମାଧ୍ୟମରେ ଅନୁଷ୍ଠିତ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ବିଧାୟକ ଶ୍ରୀ ସମାନ୍ତରାୟ । ଏହି ଅବସରରେ ଉକ୍ତ ପଞ୍ଚାୟତର ବିକାଶର ଏକ ପ୍ରତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଆମ ଓଡିଶା ନବୀନ ଓଡିଶା ସହାୟତାରେ ୧୭ଗୋଟି ପ୍ରକଳ୍ପପାଇଁ ୫୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ୧୨୬୨ ପରିବାର ଅନ୍ତଭୁକ୍ତ ହେବା ସହ ସେମାନଙ୍କ ମଧ୍ୟରୁ ୫୯ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତାରେ ୨ଟି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କା ମଞ୍ଜୁର । ସେହିପରି କାଳିଆ ଯୋଜନାରେ ୬୬୮ ପରିବାର ଉପକୃତ, ସାମାଜିକ ସୁରକ୍ଷା ଭର୍ତ୍ତା ୬୬୮ ପରିବାର, ୭୬ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ୩୭୭ ଲକ୍ଷ ଟଙ୍କା ବିନା ସୁଧରେ ଋୁଣ ସହାୟତା, ୧୨୬୨ ଜଣ ପରିବାର ରାଶନ କାର୍ଡରେ ସହାୟତା, ୮୨୭ ଜଣ ମମମତା ଯୋଜନାରେ ସାମିଲ ଓ ପଞ୍ଚାୟତରେ ଆମ ବ୍ୟାଙ୍କ ଦ୍ୱାରା ଆର୍ଥିକ ଅନ୍ତଭୁର୍କିକରଣ କରାଯାଇଛି ବୋଲି ଜଣାପଡିଛି । ଏହି ଅବସରରେ ପାଲା ମାଧ୍ୟମରେ ସଚେତନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ନେତ୍ରମଣି ସାହୁଙ୍କ ସହିତ ଯୁବନେତା ଅନୀଲ ସାହୁ ଓ ବିଭିନ୍ନ ମହିଳା ଗୋଷ୍ଠୀର ମା ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ତଥା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧକାରୀ ସାରଙ୍ଗଧର ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମିଶନଶକ୍ତିର ଅଧିକାରୀଣି ଶାଶ୍ୱତୀ ଦାଶ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୨/୨୦୨୪---୭,୧୫ Sakhigopal News, 17/2/2024