Breaking News

୭୯୪ ଗୋଷ୍ଠୀକୁ ପ୍ରାୟ ୭୫ ଲକ୍ଷ ଟଙ୍କା ସୁଧ ଛାଡ଼ |



ଜଟଣୀ -----
ଜଟଣୀରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ସୁଧ ଛାଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି | ସ୍ଥାନୀୟ ସ୍ରଷ୍ଟା ଟାଉନ ହଲ ଠାରେ ସିଡିପିଓ ପୁଷ୍ପଲତା ନାୟକଙ୍କ ଅଧକ୍ଷତାରେ ଏକ ବିରାଟ ମିଶନ ଶକ୍ତି ସମାବେଶ ଆୟୋଜିତ ହୋଇଥିଲା |ରାଜ୍ୟ ସରକାର ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ଼ ଯୋଜନା କରିଥିବା ସମ୍ପର୍କରେ ଅବଗତ କରାଯାଇଥିଲା |ତା ସହ ପଞ୍ଚାୟତ ଓ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ବ୍ଲେଜର ପରିଧାନ ପାଇଁ ସରକାର ଆର୍ଥିକ  ସହାୟତା ଯୋଗାଇ ଦେବା ନେଇ ମଧ୍ୟ ସୂଚନା ଦିଆଯାଇଛି |ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ବ୍ଲେଜର ତିଆରି ନିମନ୍ତେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଘୋଷଣା କରିଛନ୍ତି |ତେବେ ଜଟଣୀ ବ୍ଲକ ଓ ପୌର ପରିଷଦର ସମସ୍ତ ଗୋଷ୍ଠୀ ଗୁଡିକ ମଧ୍ୟରୁ ୭୯୪ଟି ଗୋଷ୍ଠୀକୁ ପ୍ରାୟ ୭୫ ଲକ୍ଷ ଟଙ୍କା ସୁଧ ଛାଡ଼ ହେବ ବୋଲି ସୂଚନା ମିଳିଛି |ଏଠାରେ ପ୍ରକାଶ ଥାଉ କି ଜଟଣୀରେ ମୋଟ ୧୮୦୩ ଗୋଟି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି ଏବଂ ପ୍ରାପ୍ତ ସୂଚନା ମୁତାବକ ଏପ୍ରିଲ 2022 ଠାରୁ ଆଜି ପର୍ଯ୍ୟନ୍ତ ୧୩୧୨ ଟି ଗୋଷ୍ଠୀକୁ ମୋଟ ୫୯,୩୨,୦୦,୦୦୦/-(ଅଣସଠି କୋଟି ବତିଶି ଲକ୍ଷ) ଟଙ୍କାର ଋଣ ପ୍ରଦାନ କରାଯାଇଛି |ଆଜିର କାର୍ଯ୍ୟକ୍ରମକୁ ବିପିସି ସନ୍ତୋଷ କୁମାର ଦାଶ ସଂଯୋଜନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ପୌର ଅଧକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ, ଜୀବିକା ମିଶନ ପରିଚାଳିକା ଦିପ୍ତିମୟୀ ପ୍ରହରାଜ, କାଦମ୍ବିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୨/୨୦୨୪----୭,୧୫ Sakhigopal News,28/2/2024

Popular Posts