Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ

 
ଭଞ୍ଜନଗର-ଗୁରୁବାର ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଆତ୍ମ ରକ୍ଷା ତାଲିମ ଶିବିର  ଉଦଯାପିତ ହୋଇଯାଇଛି | ଯୁକ୍ତ ଦୁଇ ପ୍ରଥମ ବର୍ଷ କଳl  ଓ ବିଜ୍ଞାନର ଛାତ୍ରୀ ମାନେ  ୮ ଦିନ ଧରି ବିଭିନ୍ନ କୌଶଳ ଅଭ୍ୟାସ କରିଥିଲେ | ଏହି କାର୍ଯ୍ୟକ୍ରମର ସଂଚାଳନା କରି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମଲ୍ଲିକ  ଛାତ୍ରୀ ମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତର କାମନା କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ଶୁଭେନ୍ଦୁ ରୋଏ, ଆଞ୍ଚଳିକ ପରିବହନ ଅଧିକାରୀ ଛାତ୍ରୀ ମାନଙ୍କୁ ସୁରକ୍ଷିତ ଜୀବନ ପାଇଁ ଆତ୍ମରକ୍ଷା କୌଶଳ ର ସହିତ ସଡ଼କ ସୁରକ୍ଷା ର ଆବଶ୍ୟକତା ଓ ମୋଟର ଯାନ ଆଇନ ଗୁଡିକ ସମ୍ପର୍କରେ ଜଣାଇଥିଲେ | ଅନ୍ୟତମ ଅତିଥି ତଥା ମୁଖ୍ୟ ବକ୍ତା ଶ୍ରୀ ଭଗବାନ ବେହେରା ଛାତ୍ରୀ ମାନଙ୍କ ଉଦେଶ୍ୟ ରେ ଆତ୍ମ ସୁରକ୍ଷା ର ଗୁରୁତ୍ୱ ଓ ବିଭିନ୍ନ ନିୟମ ଗୁଡିକୁ ବୁଝାଇଥିଲେ | ପ୍ରାରମ୍ଭିକ ସଂଗୀତ ଗାନ ସ୍ନେହରାଣୀ ସାମନ୍ତ, ଆଲିଶା ଗୌଡ଼ ଓ ବିଷ୍ନୁପ୍ରିୟା ଦଳବେହେରା କରିଥିଲେ | ଛାତ୍ରୀ ଚୁମକି, ତୁଳସୀ, ସ୍ମରଣିକା, ଆଲିଶା, ସୃତି, ଆଦି ସେମାନଙ୍କ ଅନୁଭୂତି କହିବା ସହ, କୌଶଳ ଗୁଡିକୁ ପ୍ରଦର୍ଶିତ କରିଥିଲେ | ସଂଯୋଜିକା ଶ୍ରୀମତୀ ଜୟଲକ୍ଷ୍ମୀ ରଥ, କାର୍ଯ୍ୟକ୍ରମର ଆଭିମୁଖ୍ୟ ଗୁଡିକ ଉପରେ ଆଲୋକପାତ କରିଥିଲେ | ଅତିଥିମାନଙ୍କ ସହ ଅଧ୍ୟାପକ ଶ୍ରୀ ଅମୁଲ୍ୟ ଶତପଥି ଓ ମାଷ୍ଟର ଟ୍ରେନର ପ୍ରିୟଙ୍କା ସ୍ୱାଇଁ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବଣ୍ଟନରେ ସହଯୋଗ କରିଥିଲେ | ମହାବିଦ୍ୟାଳୟ ର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଗଣ ଉତ୍ସବ ରେ ଉପସ୍ଥିତ ଥିଲେ |
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୨/୨୦୨୪---୮,୩୫ Sakhigopal News 4/2/2024

Blog Archive

Popular Posts