ଧାରୁଆ ଛୁରୀରେ ହାତକୁ କାଟି ହତ୍ୟା ! ଦୁଇଜଣଙ୍କୁ ଅଟକ ରଖିଛି ଜଟଣୀ ପୋଲିସ
ଜଟଣୀ :
ଜଟଣୀ ଥାନା ବୁଢାପଡା ଗାଁ ରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ | ଯୁବକଙ୍କ ହାତକୁ ଧାରୁଆ ଛୁରୀରେ କାଟି ହତ୍ୟା କରିଛନ୍ତି ଦୁର୍ବୁତ୍ତ |ମୃତ ଯୁବକ ହେଲେ ବୁଢାପଡା ଗାଁ ର ରତ୍ନାକର ଭୋଇ ଓରଫ ଦୁଃଖିଆ |
ସୂଚନା ମୁତାବକ ଗତକାଲି ରାତି ୯ଟା ସମୟରେ ବୁଢାପଡା ମଙ୍ଗଳା ମନ୍ଦିର ନିକଟରେ ରାସ୍ତା ଉପରେ ଦୁଃଖିଆ ଚେତାଶୂନ୍ୟ ପଡ଼ିଥିବା ବେଳେ ହାତକୁ ଏକ ଧାରୁଆ ଛୁରୀରେ କଟାଯାଇଥିବା ସହ ପ୍ରଚୁର ରକ୍ତସ୍ରାବ ହେଉଥିଲା |ପରିବାର ଲୋକେ ପହଞ୍ଚି ହସ୍ପିଟାଲ ନେବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ |ଏ ନେଇ ମୃତ ଯୁବକଙ୍କ ଭଉଣୀ ମିଲି ଗୁରୁ(ବେହେରା) ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି |ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ଯାଞ୍ଚ କରି ଫେରିଛନ୍ତି |ଖବର ଲେଖା ହେବା ବେଳକୁ ଅଭିଯୋଗ ଆଧାରରେ ଦୁଇଜଣଙ୍କୁ ଅଟକ ରଖି ଜଟଣୀ ପୋଲିସ ପଚରା ଉଚୁରା ଚଳାଇଛି |ତେବେ ଅଟକ ଦୁଇଜଣଙ୍କ ପରିଚୟକୁ ପୋଲିସ ଅସ୍ପଷ୍ଟ ରଖିଛି |
ଅନ୍ୟପଟେ ମୃତ ଦୁଃଖିଆଙ୍କ ଶଶୁର ଭାଗିରଥି ଭୋଇଙ୍କ କହିବା ଅନୁସାରେ ସୋମବାର ଦିନ ୧୨ ଟା ସମୟରେ ବୁଢାପଡା ଗ୍ରାମର ତୋଫାନ ବେହେରା ଏବଂ ଲିପୁ ଦାସଙ୍କ ସହ କୌଣସି ଏକ ଘଟଣାକୁ ନେଇ ଦୁଃଖିଆ ସହ ପାଟିତୁଣ୍ଡ ହୋଇଥିଲା | ଘଟଣାର ଉଚିତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି |
ସେପଟେ ମୃତକ ଏବଂ ଦୁଇ ଅଭିଯୁକ୍ତ ସ୍ଥାନୀୟ ମାଙ୍କଡା ପଥର ଖଣିରେ କାମ କରୁଥିବା ନେଇ ସୂଚନା ମିଳିଛି |ପୋଲିସ ଏ ଦିଗକୁ ମଧ୍ୟ ନଜର ଦେବାର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୨/୨୦୨୪---୭,୧୦ Sakhigopal News,20/2/2024