>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ଘୁମୁସରୀ ଗାଈ ସଂରକ୍ଷଣରେ ବାଧକ ସାଜିଛନ୍ତି ସରକାର : ଘୁମୁସରୀ ସମିତି


    ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ (ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡ)ଓ କନ୍ଧମାଳ ଜିଲ୍ଲାରେ ବସତି କରି ଆସୁଥିବ ଦେଶୀଗାଈ ମାନବ ସମାଜର ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାର ହୋଇ ଆସୁଅଛି I ଏହି ଦେଶୀ ଗାଈ ଯେ କୌଣସି ଜଳବାୟୁ ଖାପ ଖୁଇଲା ପରି , ଅଧିକ ପରିଶ୍ରମୀ, ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ଗୋବଂଶ , ଗୃହପାଳିତ, କମ ଲାଳନ ପାଳନ, କମ ବ୍ୟୟ ବହୁଳ, କମ ଜାଗା, ଭୂମିହିନ ଗୋପଳ , କୃଷକ ଓ ଚାଷୀଙ୍କ ମେରୁଦଣ୍ଡ, ଶାନ୍ତ ସ୍ଵଭାବ, ଜଳବାଯୁ ପରିବର୍ତନ ଦିଗଦର୍ଶକ, ଜୈବ ବିବିଦତ୍ତIର ଭରପୁର ସମ୍ପର୍ଣI ଗୋଧନ  ଯାହାର କ୍ଷୀରକୁ ଜୈବିକ A2 ମିଲ୍କ କୁହାଯାଏ ।  ଏହି  କ୍ଷୀରରେ ଔଷଧୀୟ ଗୁଣ ଭରପୁର, ଗୋମୁତ୍ରରେ ଅମୋନିଆ ଓ ୟୁରିଆ ବିଷIକ୍ତ ଶକ୍ତିର ନଥିବା ସହ ସମାନ ଏହି କାରଣରୁ ଆୟୁର୍ବେଦ ଶିଳ୍ପରେ ଏହାର ବ୍ୟବହାର କରାଯାଏ ।  ଔଷଧୀୟ  ଗୁଣ ସମ୍ପର୍ଣା , ବାୟୋ ଫର୍ଟିଲାଇଜର ଉପ୍ତାଦନ କର୍ତା ଓ  ଏହାର ଗୋବରରେ ୫୦ଗୋଟି କୁଟୀର ଶିଳ୍ପରୁ ଊର୍ଦ୍ଦ୍ଵ ହୋଇ ଥାଏ I ଏସବୁ ବିରଳ ଓ ଦୁର୍ଲ୍ଵଭ  ଦ୍ରୁଷ୍ଟିରୁ ଏହି ଅଞ୍ଚଳର ଦେଶୀ ଗୋବଂଶକୁ ଭାରତ ସରକାରଙ୍କ ICAR ଅଧୀନରେ ଥିବା ଜାତୀୟ ପ୍ରାଣୀ ଅନୁବଂଶୀୟ ସମ୍ବଳ ବୁରୋ, କର୍ଣାଳ, ହରିୟାନା ଦ୍ଵାରା ୨୦୧୦ ମସିହାରେ ଇଣ୍ଡିଆ କ୍ଯାଟଲ ଜୈବ ବିଭିଦତ୍ତା ଗୋପ୍ରାଣୀକୁ ଘୁମୁସରୀ ରୂପେ ଜାତୀୟ ମାନ୍ୟତା ପାଇ ଅଛି I ଓଡିଶାର ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳ ଏହି ଘୁମୁସରୀ ଗାଈ ସଂରକ୍ଷଣ ଓ ଗୁରୁତ୍ଵ ଭାବି ଘୁମୁସରୀ ଗୋପାଳ ସମିତିର ବାରମ୍ବାର ଅଭିଯୋଗ ପରେ ତହସିଲଦାରାଙ୍କୁ ଗୋଚର , ଗୋଷ୍ଠୀଉନୟନ ଅଧିକାରୀଙ୍କୁ ଗୁହାଳ, କୃଷି ଅଧିକାରୀଙ୍କୁ ଜୈବିକ କୃଷି, ବନଖଣ୍ଡ ଅଧିକାରୀଙ୍କୁ ଗ୍ରାଜିଙ୍ଗ ପାସ,ପ୍ରାଣୀଧନ ଅଧିକାରୀଙ୍କୁ ଘୁମୁସରୀ ଗୋବଂଶ ସଂରକ୍ଷଣ ଓ ବହୁ ସମ୍ପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶକୁ ଅଣଦେଖା କରାଯାଉଛି । ଦୀର୍ଘ ତିନିବର୍ଷ ହେଲା କରି ଆସୁଛନ୍ତି । ତାହାର ପ୍ରଦିବାଦରେ ଘୁମୁସର ରାଜସ୍ଵ ଉପଖଣ୍ଡର ଆସ୍କା,ବୁଗୁଡା, ଭଞ୍ଜନଗର,ବେଲଗୁଣ୍ଠI, ଜଗନ୍ନାଥ ପ୍ରସାଦ, ସୋରଡା, ଶେରଗଡ ବ୍ଲକରୁ  ଦୁଇ ଶହରୁ ଅଧିକ ଘୁମୁସରୀ ଗୋପାଳ ଉପ ଜିଲ୍ଲାପାଳ କାର୍ଯ୍ୟଳୟରେ ଧର୍ମଘଟ କରିଛନ୍ତି ।   ଜିଲାପାଳଙ୍କ ଅଧକ୍ଷତାରେ ସମ୍ପୃକ୍ତ ବିଭାଗ ଗୁଡିକ ସମ୍ମନ୍ନ୍ୟାୟ ବୈଠକ କରି ସମାଧାନ କରିହେବ ଯାହା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ସମିତି ସମ୍ପାଦକ କହିଥିଲେ କିନ୍ତୁ ତାହା ନହେବାରୁ ଆଗାମି ଫେବୃୟାରୀ ସମିତିର ୨୬୨ ଗ୍ରାମରେ ଗୋପାଳକ ଗାଈଗୋରୁ ଧରି ରାଜରାସ୍ତା ଓ ସରକାରୀ କାର୍ଯ୍ୟଳୟରେ ଧର୍ମଘଟ କରଯିବା ଡାକରା ଦେବେ ବୋଲି କରଚୁଲି ବାବା ସତ୍ୟନନ୍ଦ ମହାରାଜ, କୁମାରଶୁଣି ବାବା , ଉପଦେଷ୍ଠI ମୁରଲୀପଣ୍ଡା ମିଳିତ ପ୍ରେସ ଇସ୍ଥାହାର କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଭଞ୍ଜନଗର ଉପ ଜିଲ୍ଲାପାଳ ଜିଲ୍ଲା ପ୍ରାଣୀଧନ ଅଧିକାରୀ  ବୈଠକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦେଶ ଦେଇଛନ୍ତି ।  ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ବିହୀତ ପଦକ୍ଷେପ ଯଥା ଶୀଘ୍ର ନେବା ପ୍ରତିଶ୍ରୁତି ଦେବା  ପରେ ସମସ୍ତ ଗୋପାଳ ଘରକୁ ଫେରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୨/୨୦୨୪----୮,୧୦ Sakhigopal News,20/2/2024

    Blog Archive

    Popular Posts