Breaking News

ଅଗ୍ନିକାଣ୍ଡରେ ପନ୍ଦର ବଖରା ଘର ଜଳିଗଲା



     ସାକ୍ଷୀଗୋପାଳ ---   ସତ୍ଯବାଦୀ ବ୍ଲକ ଶୁକଳ ପଞ୍ଚାୟତର  ଶୁକଳପଡା ଗ୍ରାମରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟି ୧୫ ବଖରା ଚାଳଘର ନିଆଁ ଲାଗି ଜଳି ଯାଇଛି  । ଘଟଣାରୁ ଜଣାପଡ଼ିଛି କ୍ଷେତ୍ରବାସୀ ପ୍ରଧାନ ଓ ବୁଦ୍ଧି ବାମନ ପ୍ରଧାନ ଦୁଇ ଭାଇଙ୍କ ଛଅ ବଖରା ଘର ସଂପୂର୍ଣ୍ଣ ପୋଡିଯାଇଥିବାବେଳେ ପଡୋଶୀ ସୁଦାମ ପ୍ରଧାନ, ପ୍ରଫୁଲ ପ୍ରଧାନ ଓ ପୁପୁନ ପ୍ରଧାନଙ୍କର ୯ ବଖରା ଚାଳଘର ନିଆଁ ଲାଗି  ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଧାନ ,ଚାଉଳ, ଟଙ୍କା, ଲୁଗାପଟା, ବାସନକୁସନ , ଚୌକି, ଟିଭି ଆଦି ସାମଗ୍ରୀ  ଜଳି ଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ବିଶେଷ କରି ଖଗେଶ୍ୱର( କ୍ଷେତ୍ରବାସୀ) ଓ ବୁଦ୍ଧି ପ୍ରଧାନଙ୍କର ବହୁତ କ୍ଷୟକ୍ଷତି ଘଟିଛି ବୋଲି ଜଣାପଡିଛି  ।ଖବରପାଇ ସତ୍ଯବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକାରୀ ମନୋଜ କୁମାର ନାୟକ ଦୁଇଟି ଦମକଳ ନେଇ ଘଟଣା ସ୍ଥାନରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ ଖବର ପାଇ ସରପଞ୍ଚ ଓ ଆରଆଇ ଘଟଣାସ୍ଥଳରେ ପହଞ୍ଚି ଛନ୍ତି  । କ୍ଷତିଗ୍ରସ୍ତ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଜନପ୍ରତିନିଧି ମାନେ ଦାବି କରିଛନ୍ତି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୨/୨୦୨୪----୭,୧୦ Sakhigopal News,11/2/2024

Popular Posts