Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ନିଶା ନିବାରଣ ସଚେତନତା ଅନୁଷ୍ଠିତ

ସାକ୍ଷୀଗୋପାଳ ---- ବିଦ୍ୟାର୍ଥୀ ଙ୍କୁ ନିଶା ସେବନ ନ କରିବା ପାଇଁ ଏକ ସୋସିଆଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିକ୍ଷାବିତ୍ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡାଙ୍କ ପୌରହିତରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୟ କୁମାର ପରିଡା,ନବଘନ ଦାଶ,ଚରଣ ନାୟକ,ସ୍ମୃତି ଶେଖର ସାହୁ,ହରପ୍ରିୟା କର, ବିଶ୍ବ ରଂଜନ ଦାସ, ମନୋ ରଂଜନ ମିଶ୍ର ଆଦି ସାମାଜିକ କର୍ମୀ ମାନେ ନିଶା ସେବନର କୁପରିଣାମ ଓ ଭୟଭୟିତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ବିଦ୍ୟାଳୟ ସ୍ତରରୁ ସଚେତନତା ହେବା ଲକ୍ଷ୍ୟ ରଖିବାକୁ ରମେଶ ପଣ୍ଡା ଆହ୍ବାନ ଦେଇଥିଲେ। ସ୍ବତନ୍ତ୍ର ଅତିଥି ଭାବେ ସତ୍ୟବାଦୀ ବ୍ଲକ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ ଓ ପ୍ରାକ୍ତନ ଅଧ୍ୟକ୍ଷ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର ଡ. ବୃନ୍ଦାବନ ରଥ ଯୋଗଦେଇ ଛୋଟବଡ ନିଶା ସେବନ ଦ୍ବାରା ବ୍ୟାପୁଥିବା ଭୟଙ୍କର କ୍ୟାନସର ରୋଗ ଓ ଅନ୍ୟାନ ରୋଗ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ନିଶା ସେବନରୁ ମୁକ୍ତ ରହିବା ସହ ପଡୋଶୀ ଓ ପରିବାରଙ୍କୁ ଏଥିରୁ ମୁକୁଳାଇବାପାଇଁ ପ୍ରଚେଷ୍ଟା ଜାରି ରଖିଲେ ଆମ ସମାଜ ଖୁବ୍‌ ଶୀଘ୍ର ନିଶାମୁକ୍ତ ହୋଇପାରିବ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ କହିଥିଲେ। ସମସ୍ତ କର୍ମଚାରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଏକ ପ୍ରଶ୍ନତ୍ତୋର ସେସନ୍‌ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ସାକ୍ଷୀଗୋପାଳ  ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୨/୨୦୨୪---୮,୫୫ 
 Sakhigopal News,9/2/2024

Blog Archive

Popular Posts