Breaking News

ସତ୍ଯବାଦୀ ବାଳିକା ଉଚ୍ଚବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଆତ୍ମ ସୂରକ୍ଷା ଓ ବାଲ୍ୟବିବାହ ରୋକିବା ପାଇଁ ତାଲିମ ଶିବିର

     ସାକ୍ଷୀଗୋପାଳ ----   ସତ୍ଯବାଦୀ ବାଳିକା ଉଚ୍ଚବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମ ସୂରକ୍ଷା ପାଇଁ  ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଳିକା ମାନେ ନିଜକୁ ନିଜେ କିପରି  ସୂରକ୍ଷା ଦେବା ପାଇଁ ଚତୁରତା ଜ୍ଞାନ ଓ ଶାରିରୀକ କୌଶଳ ସମ୍ପର୍କରେ ବିଦ୍ଯାଳୟ ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନା ପ୍ରଶିକ୍ଷଣ ଦେଇଥିଲେ। ଏପରି କି ନିଜ ସୁରକ୍ଷା ନିଜେ ନେବା ସହିତ ଅନ୍ୟ ମାନଙ୍କୁ ସୁରକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବାପାଇଁ ପ୍ରଶିକ୍ଷଣ ଦିଆଯାଇଛି । ସେହିପରି ବାଲ୍ଯ ବିବାହ ରୋକିବା ସମ୍ପର୍କରେ ସତ୍ୟବାଦୀ ମହିଳା ଶିଶୁ ମଙ୍ଗଳ ବିଭାଗ କାର୍ଯ୍ଯାଳୟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇ ଥିଲା  । ଅପ୍ରାପ୍ତ ବୟସରେ ବିବାହ କଲେ ଶାରିରୀକ ସମସ୍ଯା ସହିତ ଆଇନ ବିରୁଦ୍ଧ ବୋଲି ସୁପରଭାଇଜର  ରାଧାମଣୀ ଦେବୀ ପରାମର୍ଶ ଦେଇଥିଲେ  । ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ ସହାୟିକା ଓ ବିଦ୍ଯାଳୟ ଶିକ୍ଷୟତ୍ରୀ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୭/୨/୨୦୨୪----୯,୩୫ 
Sakhigopal News,7/2/2024

Blog Archive

Popular Posts