ସତ୍ୟବାଦୀ ଥାନାରେ ଅଭିଯୋଗ ଆଣିଲେ ସତ୍ୟବାଦୀ ବିଜେଡି ମିଡିଆ ସେଲର ଦାୟତ୍ୱରେ ଥିବା ଯୁବକ
ସାକ୍ଷୀଗୋପାଳ--- ସତ୍ୟବାଦୀ ବିଜେଡି କର୍ମୀ ବା ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତଙ୍କ ସହିତ ବିଜେଡି ଦଳର କେତେକ ଆଗ ଧାଡିର ନେତା ମାନେ ଏକ ଆମ- ଓ, ଆମ- ଓଡିଶା, ନବୀନ ଓଡିଶା ପକ୍ଷରୁ ଅନୁଷ୍ଠିତ କ୍ରୀଡା ଉତ୍ସବରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ, ସରପଞ୍ଚ ମାନେ ଯୋଗ ଦେଇଥିଲେ । ସେମାନଙ୍କ ପଛରେ ଲାଗିଥିବା ବ୍ୟାନରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଫଟୋ ଚିତ୍ରକୁ ଓଡିଟିଙ୍ଗି କରାଯାଇ ତାଙ୍କ ଯାଗାରେ ଅନ୍ୟ ଏକ ଜଣଙ୍କ ବେକ ଯୋଡି ଉକ୍ତ ଭିଡିଓକୁ ଭାଇରାଲ କରାଯାଉଛି । ଯାହାକି ବିଜେଡିର କର୍ମୀ ମାନଙ୍କୁ ଏବେ ଠାରୁ ଦ୍ୱନ୍ଦରେ କିଛି ଖଳ ପକୃତିର ଲୋକମାନେ ଏହି କାର୍ଯ୍ୟ କରିଛନ୍ତି ବୋଲି ସତ୍ୟବାଦୀ ବିଜେଡି ମିଡିଆ ସେଲ ଦାୟତ୍ୱରେ ଥିବା ତୁଷାର ରଞ୍ଜନ ନାୟକ ସତ୍ୟବାଦୀ ଥାନାରେ ଲିଖିତ ଭାବେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ଏହି ଭିଡିଓକୁ କିଏସେ ଭାଇରାଲ କରିଛି ତାହା ତୁରନ୍ତ ଧରିବା ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି । ଅନ୍ୟ ପକ୍ଷେ ଅନ୍ୟ ଦଳରେ ଟିକେଟ ପାଇଁ ତିନିରୁ ଚାରିଜଣ ଏବେ ଠାରୁ ବଳ କଷା କଷି ହୋଉଥିବା ବେଳେ ବିଜେଡି ଦଳରେ ସେପରି କୌଣସି ଦ୍ୱନ୍ଦ ନଥିବ ବେଳେ ବିଜେଡି ଭୋଟର ମାନଙ୍କୁ ବିଚଳିତ କରିବାକୁ ଏହା ଏକ ପ୍ରୟାସ ବୋଲି ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୪---୬,୨୦