ଦେଶୀମଦ ରନ୍ଧା ବେଳେ ସତ୍ଯବାଦୀ ପୋଲିସ ର ଚଡାଉ
ସାକ୍ଷୀଗୋପାଳ --- ଶୋଳହଳ ଗ୍ରାମର କେନାଲ ପଠାରେ ଦେଶୀ ମଦ ରନ୍ଧାହୋଇ ବିକ୍ରି ହେଉଥିବାର ଖବର ପାଇ ଆଇଆଇସି ଙ୍କ ତତ୍ୱାବଧାନରେ ପୋଲିସ ସଦଳେ ବଳେ ଚଢ଼ାଉ କରିଥିଲେ । ଅଭିଯୋଗକାରୀ ପୋଲିସ କୁ ଦେଖି ଘଟଣା ସ୍ଥଳୁ ଫେରାର ହୋଇଯାଇଥିଲେ. । ତେବେ ଘଟଣା ସ୍ଥଳରୁ ବିପୁଳ ପରିମାଣର ମଦ ତିଆରି ପାଇଁ ପ୍ଲାଷ୍ଟିକ jarkin ରେ ଗଛିତ ଥିବା ପୋଚ(1200 LTR) ସହିତ ଅନ୍ୟାନ ଅନୁସଙ୍ଗିକ ଜିନିଷ ପତ୍ର ଯଥା ୟୁରିଆ ସାର, ଗୁଡ, ରସ ହାଣ୍ଡି ଇତ୍ୟାଦୀ ଜବତି କରାଯାଇଛି । ସମସ୍ତ ଜବତ ପୋଚ କୁ ଘଟଣା ସ୍ଥଳେ ନଷ୍ଟ କରିଦିଆଯାଇଛି । ଘଟଣାରେ ସମ୍ପୃକ୍ତ ଅଭିଯୋଗ କାରୀଙ୍କ ବିରୁଦ୍ଧରେ ମାମଲା ରୁଜା କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୨/୨୦୨୪---୭,୧୦ Sakhigopal News ,23/2/2024