ଏକ ଦିବଶୀୟ ଜିଲ୍ଲା ସ୍ତରୀୟ "ନେଟ ବଲ'ପ୍ରତିଯୋଗିତା ଉଦଯାପିତ
ଜଟଣୀ --ସ୍ଥାନୀୟ ଜଟଣୀ ମହାବିଦ୍ୟାଳୟର ଖେଳ ପଡିଆରେ ଖୋର୍ଦ୍ଧା ଜିଲ୍ଲା ନେଟ ବଲ ଆସୋସିଏସନ ତରଫରୁ ପ୍ରଥମ ବାର୍ଷିକ "ନେଟ ବଲ'ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ଓଡ଼ିଶାର ବାଳକ ଏବଂ ବାଳିକା ବିଭାଗର ୧୦ ଟି ପ୍ରମ୍ମୁଖ ଦଳ ଭାଗ ନେଇଥିଲେ l ପ୍ରତିଯୋଗିତାଟି ଲିଗ କମ ନକ ଆଉଟ ମାଧ୍ୟମରେ ଖେଳ ଅନୁଷ୍ଠିତ ହୋଇଥିଲା l ସର୍ବଶେଷ ଫାଇନାଲ ଖେଳରେ ବାଳିକା ବିଭାଗର କଟକ ଜିଲ୍ଲା ଏବଂ ବାଳକ ବିଭାଗର କଟକ କିଶୋର ନଗର ଚମ୍ପିଆନ ହୋଇଥିଲା l ଏହି ଖେଳକୁ ପରିଚାଳନା କରିଥିଲେ ରଶ୍ମି ରଞ୍ଜନ ସ୍ୱାଇଁ, ଭରତ ଭୂଷଣ ଦାଶ ଏବଂ ହିମାଂଶୁ ଶେଖର ବାରିକ l ଏହି ଖେଳରେ ପାଣ୍ଡଵ ଜେନା ଫାଉଣ୍ଡେସନର ଅଧକ୍ଷ ସନ୍ତୋଷ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟ ମୁଖ୍ୟ ଅତିଥି ରୂପେ ଫାଇନାଲ ଖେଳରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ବିଜୟୀ ଦଳକୁ ୫ ହଜାର ଟଙ୍କା ନଗଦ ରାଶି ସହ ଟ୍ରଫି ଏବଂ ରନର୍ସପ ଦଳକୁ ୩ ହଜାର ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯଇଥିଲା l ଏହି ଖେଳକୁ ସଂଗଠନର ଡଃ ବେଣୁଧର ଦାଶ, ବୈଦ୍ୟନାଥ ଦାଶ, ବାପି ରଞ୍ଜନ ମହାନ୍ତ, ସୋମନାଥ ବିଶୋଇ, ଅନନ୍ତ ମହାନ୍ତ ପ୍ରମ୍ମୁଖ ସହ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଖେଳକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୧୨/୨/୨୦୨୪-----୯,୨୦ Sakhigopal News,12/2/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୧୨/୨/୨୦୨୪-----୯,୨୦ Sakhigopal News,12/2/2024