ଜନକଲ୍ଯାଣ ସେବାଟ୍ରଷ୍ଟର ବନ୍ଧୁ ମିଳନ
ଜଟଣୀ:---- ଜଟଣୀର ସମାଜ ସେବୀ ସଂଗଠନ ଜନକଲ୍ଯାଣ ସେବାଟ୍ରଷ୍ଟର ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ବାଛରାସ୍ଥିତ ଭୁଇଁଆଣୀ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା | ଟ୍ରଷ୍ଟର ଅଧ୍ଯକ୍ଷ ନବୀନ କୁମାର ମହାପାତ୍ର ଙ୍କ ଅଧ୍ଯକ୍ଷତାରେ ପାଣ୍ଡବ ଜେନା ଫାଉଣ୍ଡେସନ ଅଧ୍ଯକ୍ଷ ସନ୍ତୋଷ ଜେନା,ଯୁବ ସମାଜସେବୀ ବାବୁହୋତା,ସାଂସଦ ପ୍ରତିନିଧୀ ସତୀଶ୍ ସର୍ମା ,ବରିଷ୍ଠ ନାଗରିକ କ୍ଷେତ୍ର ବାସୀ ସାହୁ ଅତିଥିଭାବେ ଯୋଗଦେଇଥିଲେ | ଏହି ଅବସରରେ ସମାଜସେବୀ ବାସୁଦେବ ବେହେରା, ଯୁବସମାଜ ସେବୀ ଶୁରେସ ମହାରଣା, ପ୍ରଶାନ୍ତ ମହାପାତ୍ର,ସମାଜ ସେବୀ ସାବିତ୍ରୀ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ଯ୍ଯକ୍ରମରେ ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ | କାର୍ଯ୍ଯକାରୀ ସମ୍ପାଦକ ହରପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ | ବେଣୁଧର ବରାଳ ଧନ୍ଯବାଦ ଅର୍ପଣ କରିଥିଲେ |ଆଇନ୍ ପରାମର୍ଶ ଦାତା ମାନସ କୁମାର ରଥ ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ | ଉକ୍ତ ଉତ୍ସବରେ ଭିନ୍ନକ୍ଷମଙ୍କ ଦ୍ୱାରା ଭଜନ ପରିବେଷଣ ସହ ସଂଗଠନରେ ଯୋଗ ଦାନକରିଥିବା ନୂତନ କର୍ମକର୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ଯ୍ଯକ୍ରମକୁ ସଂଗଠନର ସଦସ୍ଯ ମହେଶ୍ୱର ସାହୁ,ସ୍ମିତ୍ ପ୍ରକାଶ ମହାନ୍ତି,ଏମ୍ ଡିକରିମ୍,ନୀଲୁ ପଟ୍ଟନାୟକ,ବିଭୁପ୍ରସାଦ ମହାନ୍ତି, ରାଜେଶ ବାରିକ,ବିଶ୍ୱରଂଜନ ସାହୁ, ପରିଚାଳନା କରିଥିଲେ | ଭିନ୍ନକ୍ଷମଙ୍କୁ ଖାଦ୍ଯ ବଣ୍ଟନ କରାଯାଇଥିଲା |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୨/୨୦୨୪----୯,୪୫ Sakhigopal News,9/2/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୨/୨୦୨୪----୯,୪୫ Sakhigopal News,9/2/2024