Breaking News

କାଦୁଆ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ , ପଞ୍ଚାୟତ ହେଉଛି ମୋ ପଞ୍ଚାୟତ, ବିଧାୟକ

 


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପକ୍ଷରୁ କାଦୁଆ ଗ୍ରାମ ପଞ୍ଚାୟତରେ ୫ଟି ମାଧ୍ୟମରେ ଅନୁଷ୍ଠିତ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ କାଦୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ମେଳଣ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ସରପଞ୍ଚ ଗାୟତ୍ରୀ ମହାପାତ୍ର ପ୍ରଭୁ ଜଗନ୍ନାଥଙ୍କ ନିକଟରେ  ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ ପଞ୍ଚାୟତ ତାଙ୍କ ନିଜ ଘର ପଞ୍ଚାୟତ ବୋଲି ଭାବବିହ୍ୱଳ ହୋଇ କହିଥିଲେ । ଏହି ପଞ୍ଚାୟତରେ ମୁଁ ରହି ନିର୍ବାଚନ ଲଡିଥିଲି । ଏହି ପଞ୍ଚାୟତ ହେଉଛି ମୋ ପଞ୍ଚାୟତ । ଉକ୍ତ ପଞ୍ଚାୟତର ସର୍ବାଙ୍ଗ ଉନ୍ନତି କରିବା ପାଇଁ ମୁଁ ଓ ମୋର ସାନ ଭାଇ ତଥା ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ନିସ୍ପତି ନେଇଛୁ । ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ବିଧାୟକ ଶ୍ରୀ ସମାନ୍ତରାୟ । ଏହି ଅବସରରେ ଉକ୍ତ ପଞ୍ଚାୟତର ବିକାଶର ଏକ ପ୍ରତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା ।  ଏହି ଅବସରରେ ଗୋଟିପୁଅ , ଓଡିଶୀ ମାଧ୍ୟମରେ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସମ୍ପର୍କେ  ସଚେତନା କରାଯାଇଥିଲା ।  ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚବାଉରୀବନ୍ଦୁ ମହାପାତ୍ର, ମହିଳା ନେତ୍ରୀ କନକଲତା ପଣ୍ଡା, ସତ୍ୟବାଦୀ ବ୍ଳକର ମିଶନ ଶକ୍ତିର ସଭାନେତ୍ରୀ , ସମ୍ପାଦିକାଙ୍କ ସହିତ  ଓ ବିଭିନ୍ନ ମହିଳା ଗୋଷ୍ଠୀର ମା ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ତଥା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧକାରୀ ସାରଙ୍ଗଧର ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ଳକର ମିଶନଶକ୍ତିର ଅଧିକାରୀଣି  ଶାଶ୍ୱତୀ ଦାଶ ସୁପରଭିଜନ କରିଥିଲେ । ସେହିପରି ମୂଳ ଅଳସାରେ ସ୍ଥାନୀୟ ସରପଞ୍ଚ ଦେବୀ ପ୍ରସାଦ ଘଟୁଆରୀ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୨/୨୦୨୪----୭,୧୦  Sakhigopal News, 18/2/2024

Blog Archive

Popular Posts