Breaking News

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ ହସପିଟାଲ ଆଭାସି ମାଧ୍ୟମରେ ଉଦଘାଟିତ

 

  


ସାକ୍ଷୀଗୋପାଳ-----ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ୩୧୬ନଂ ଜାତୀୟ ରାଜପଥ ଉପରେ ଅବସ୍ଥିତ ଥିବାରୁ ସକାଳୁ ରାତି ପର୍ଯ୍ୟନ୍ତ ରୋଗୀ ମାନଙ୍କର ଗହଳି ଲାଗିଥାଏ । ଏପରିକି ରାଜପଥ ଉପରେ ଦୁର୍ଘଟଣା ଜନିତ ଘଟଣା ଗୁଡିକ ପ୍ରଥମେ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥାଏ । ଏହାକୁ ନଜର କରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅନୁରୋଧକୁ ରକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚ୍ଚିବ କାତ୍ତିକ ପାଣ୍ଡିଆନଙ୍କ ପ୍ରଚେଷ୍ଟା ଫଳରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ ହସପିଟାଲ ଆଜି ଉଦଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ସାକ୍ଷୀଗୋପାଳରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ସାକ୍ଷୀଗୋପାଳ ମେଡିକାଲର ଇନିଚାର୍ଯ୍ୟ ଡ. ଦେବାଶିଷ ନାୟକ ଉଦଗାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଫ୍ୟମାିଲ ୱୋଲଫୋୟାର ଏଡିଏମ ଡ. ଚନ୍ଦ୍ରକାନ୍ତି ମିଶ୍ର, ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରର ଉନିଚାର୍ଜ ଡ, ବିଶ୍ୱଜିତି ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ ।  ନୂତନ ଭାବେ ଶର୍ଯ୍ୟା, ନିରାମୟ ଔଷଧ୍ୟ କେନ୍ଦ୍ର, ରୋଗୀ ପଞ୍ଜିକରଣ କେନ୍ଦ୍ର, ଥଣ୍ଡାପାନୀୟ ଜଳ ଯୋଗାଣ ସହିତ ସ୍ୱତନ୍ତ୍ର ଭାବେ ରୋଗୀ ମାନଙ୍କୁ ବେସରକାରୀ ବା ବଡ ବଡ ମେଡିକାଲରେ ଯେଉଁ ସୁବିଧା ରହିଛି ଏଠାରେ ସେହିପରି ସମସ୍ତ ସୁବିଧା ପାଇ ପାରିବେ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ, ବାସନ୍ତୀ ନାୟକ, ଡ, ପିତମ ବାଗ, ଫାମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ, ବିପିଏମ ଜ୍ୟୋତି ରଞ୍ଜନ ଶତପଥି, ବିଇଓ କ୍ଷେତ୍ରମଣୀ ସେଠୀଙ୍କ ସହିତ ମେଡିକାଲର ଡାକ୍ତର, ନର୍ସ ଓ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ନାରୀନେତ୍ରୀ କନକଲତା ପଣ୍ଡା, ସୁପରଭାଇଜର ମିତାନାଗ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ମୂଳଅଳସା ସରପଞ୍ଚ ଦେବୀ ପ୍ରସାଦ ଘଟୁଆରୀ, ଯଯାତି କେଶରୀ ରାୟ, ପ୍ରଶାନ୍ତ କୁମାର ମହାପାତ୍ର, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ମହିଳା ଗୋଷ୍ଠୀର ମା ମାନେ ଉପସ୍ଥିତ ରହିଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୪---୮.୨୫    Sakhigopal News, 26/2/2024

Popular Posts