ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୮ତମ ବାର୍ଷିକ ଉତ୍ସବ ଓ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି
ବରଗଡ଼ ---- ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା କୁମେଲସିଂହା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେ ବିଜୁ ମହିଳା ଦଳ ର ସଭାନେତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସେହ୍ନାଗ୍ନୀନି ଛୁରିଆ ,ମୁଖ୍ୟବକ୍ତା ଭାବେ ଅତିବିରା ଏନ ଏସି ର ଅଧ୍ୟକ୍ଷ ବନମାଳୀ ବରିହା ,ସମ୍ମାନିତ ଅତିଥି ଭାବେ ଆଇନଜୀବୀ ତଥା ପାୱାର ଅଫ୍ ଦିବ୍ୟାଙ୍ଗ ର ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗଦେଇଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟ ର ମାଗି ମାଗି ସେବା କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିଥିଲେ । ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ କାର୍ଯକ୍ରମ କୁ ପରିଚାଳନା କରିଥିଲେ । ଡଃ ଅଜିତ କୁମାର ନାଥ ମଞ୍ଚ ପରିଚାଳନା କରିଥିଲେ । ଜନ କଲ୍ୟାଣ ସେବାଟ୍ରଷ୍ଟ ର ନୂତନ ଲୋଗୋ ଅତିଥି ମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ରେ ୧୮ ଟି ସମାଜିକ ଅନୁଷ୍ଠାନ, ୫୩ ଜଣ ସମାଜ ପାଇଁ କାମ କରୁଥିବା ସମାଜସେବୀ, ୫ ଟି ମହିଳା ଗୋଷ୍ଠୀ ଓ ୧୦ ସଫଳ ବ୍ୟବସାୟୀ ,୧୮ ଜଣ ଆଜୀବନ ସଦସ୍ୟ ଓ ସଦସ୍ୟା ଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ମାନପତ୍ର ସହ ଅଂଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହା ସହିତ ମହିଳା ଗୋଷ୍ଟୀ ଦ୍ଵାରା ବିଭିନ୍ନ ପ୍ରକାରର ମିଠା, ବ୍ୟାଗ, ବାଉଁଶ ତିଆରି ସାମଗ୍ରୀର ଏକ ଷ୍ଟଲ ପଡିଥିଲା । ଏହି ସମୟରେ ବରଗଡ଼, ବଲଙ୍ଗୀର, ଭବାନୀ ପାଟଣା, ଝାରସୁଗୁଡା, ସମ୍ବଲପୁର, ନୁଆପଡା, ସୁବର୍ଣ୍ଣପୁର, କଟକ, ଦେବଗଡ଼ ଜିଲ୍ଲା ରୁ ସମାଜସେବୀ ମାନେ ଯୋଗଦାନ କରିଥିଲେ । ୬୦୦ ରୁ ଉର୍ଦ୍ଧ୍ବ ସମାଜସେବୀ, ବୁଦ୍ଧିଜୀବି , ବରିଷ୍ଠ ନାଗରିକ, ସଚେତନ ସାମ୍ବାଦିକ ମାନେ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ। ଶେଷରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଉପସଭାପତି ଧର୍ମ ରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧୧/୨୦୨୩----୫,୨୦ Sakhigopal News,2/11/2023