Breaking News

ଦୁର୍ବୃତ୍ତର ଛୁରାମାଡ଼ରେ ନାବାଳକ ମୃତ;ଛୁରାମାଡ଼ର କାରଣ ଅସ୍ପଷ୍ଟ


ଜଟଣୀ, -----ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଜଣେ ଅଜଣା ବ୍ୟକ୍ତିର ଛୁରାମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଉକ୍ତ ଗାଁର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ପାଲଟାସିଂ। ହତ୍ୟାର କାରଣ ଜଣାପଡ଼ି ନାହିଁ ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରା ମାଡ଼ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। 
ସୂଚନଯୋଗ୍ୟ, ବୁଧବାର ସଂଧ୍ୟା ପ୍ରାୟ ୬ଟା ବେଳେ ଶୁଭମ ଘରେ ପଢ଼ୁଥିବା ବେଳେ ପରିବାର ସଦସ୍ୟ ଉପର ଘରେ ପିଲାମାନଙ୍କୁ ଟ୍ୟୁସନ୍ କରୁଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଘର କବାଟ ବାଡ଼େଇବାରୁ ଶୁଭମ ଘର କବାଟ ଖୋଲିଥିଲେ। ଏହି ସମୟରେ ହଠାତ୍ ଦୁର୍ବୃତ୍ତ ଜଣଙ୍କ ଜବରଦସ୍ତ ଘରେ ପଶି ଏକ ଛୁରୀରେ ନାବାଳକର ଛାତି, ବେକକୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଶୁଭମ ଚିତ୍କାର କରିବାରୁ ତାଙ୍କ ମା' ଆସି ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିବା ଦେଖି ଚିତ୍କାର କରିଥିଲେ। ପରିବାର ଲୋକେ ପୁଅକୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ବେଣାପଞ୍ଜରୀ ଗ୍ରାମରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧୧/୨୦୨୩-----୫,୧୦ Sakhigopal News,2/11/2023

Blog Archive

Popular Posts