ଓଡ଼ଗାଁ ତହସିଲ ରେ ନୂତନ ତହସିଲଦାର ଙ୍କ ଯୋଗଦାନ
ଓଡ଼ଗାଁ:- ଦୀର୍ଘ ୧ ରୁ ଉର୍ଦ୍ଧ୍ବ ହେବ ଓଡ଼ଗାଁ ତହସିଲ ରେ ଖାଲିପଡିଥିବା ତହସିଲଦାର ପଦବୀ ଆଜି ପୂରଣ ହୋଇଛି। ଡ. ମାନସ ରଞ୍ଜନ ଭୋଇ ଓଡ଼ଗାଁ ତହସିଲ ର ନୂତନ ତହସିଲଦାର ଭାବେ କାର୍ଯ୍ଯରେ ଯୋଗଦାନ କରିଛନ୍ତି। ଡ. ଭୋଇ ଏହା ପୂର୍ବରୁ କଟକ ତହସିଲଦାର ଭାବେ କାର୍ଯ୍ୟ କରିଛନ୍ତି। ଏବେ ଓଡ଼ଗାଁ ତହସିଲ ରେ ନୂତନ ତହସିଲଦାର ଭାବେ ଯୋଗଦେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ପୂର୍ବରୁ ତହସିଲଦାର ଅନୀଲ୍ କୁମାର ଆଚାର୍ଯ୍ୟଙ୍କ ଓଡ଼ଗାଁ ତହସିଲ ରୁ ଅନ୍ୟତ୍ର ବଦଳି ପରେ ଓଡ଼ଗାଁ ବିଡିଓ ଜିତେନ୍ଦ୍ର ନାୟକ ତହସିଲଦାର ଚାର୍ଜ ରେ ଥିଲେ। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୨/୧୧/୨୦୨୩-----୫,୨୫ Sakhigopal News,2/11/2023