Breaking News

ରାଧାରମଣ ଉଚ୍ଚ ବିଦ୍ୟାଳୟରେ ପ୍ଲାଷ୍ଟିକ ମୁକ୍ତ ଓ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ


ଭଞ୍ଜନଗର-- ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ଝାଡ଼ଭୂମିସୁ ରାଧାରମଣ ଉଚ୍ଚ ବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥ୍ୟ ଭାବେ ତେଜସ୍ୱନୀ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ସମାଜସେବୀ ଶ୍ରୀ ଶୂଳପାଣି ଶତପଥୀ, କାର୍ଯ୍ୟକ୍ରମ ସଂଯୋଜିକା ମାହେଶ୍ବରୀ ତ୍ରିପାଠୀ, ସ୍ଵେଚ୍ଛାସେବୀ ଗାୟତ୍ରୀ ପ୍ରଧାନ ଯୋଗଦେଇ ପ୍ଲାଷ୍ଟିକ୍ ମୁକୁ ସଚେତନତା କରିବା ସହ 
ପ୍ଳାଷ୍ଟିକର ପୁନଃବ୍ୟବହାର ଦ୍ବାରା ସୁନ୍ଦର ସୁନ୍ଦର ଉପକରଣ ତିଆରୀ କରିବା, ପ୍ଲାଷ୍ଟିକ ବୋତଲରୁ ଫୁଲ କୁଣ୍ଡ ତିଆରୀ କରିବା ଉପରେ ସଚେତନତା ସୃଷ୍ଟି କରିଥିଲେ । ବିଦ୍ୟାଳୟର ୧୪୦ ଜଣ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବାପାଇଁ ବିଭିନ୍ନ ପ୍ରଶ୍ନ ପଚାରି ପୁରସ୍କୃତ କରାଯାଇଥିଲା ।ଦ୍ବିତୀୟ ପର୍ଯ୍ୟାୟରେ ବୃକ୍ଷରୋପଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।ସ୍ଲୋଗାନ ଓ ଗୀତ ମାଧ୍ୟମରେ ବୃକ୍ଷରୋପଣ ର ମହତ୍ତ୍ବ ସଂପର୍କରେ ଶ୍ରୀ ଶତପଥୀ ଛାତ୍ର ଛାତ୍ରୀଙ୍କୁ ଅବଗତ କରିଥିଲେ। ବିଦ୍ୟାଳୟର ଇକୋ କ୍ଲବ୍ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହିପରି କାର୍ଯ୍ୟକ୍ରମ ବେଲଗୁଣ୍ଠା ଜି.ଟି. ହାଇସ୍କୁଲ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବି.ଡ଼ି.ପୁର ଚନ୍ଦ୍ରଶେଖର ବାଳିକା ଉଚ୍ଚବିଦ୍ୟାଳୟରେ ମଧ୍ଯ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୧/୨୦୨୩---୮,୪୫ Sakhigopal News,2/11/2023

Blog Archive

Popular Posts